ସେବାୟତଙ୍କୁ ଆକ୍ରମଣ ଘଟଣା, ସିସିଟିଭିରେ କଏଦ ହେଲା ଆକ୍ରମଣ ସମୟର ଛାତିଥରା ଦୃଶ୍ୟ
Published: Mar 16, 2023, 6:47 PM

ସେବାୟତଙ୍କୁ ଆକ୍ରମଣ ଘଟଣା, ସିସିଟିଭିରେ କଏଦ ହେଲା ଆକ୍ରମଣ ସମୟର ଛାତିଥରା ଦୃଶ୍ୟ
Published: Mar 16, 2023, 6:47 PM
ପୁରୀରେ ସିସିଟିଭିରେ କଏଦ ହେଲା ମରଣାନ୍ତକ ଆକ୍ରମଣର ଛାତିଥରା ଦୃଶ୍ୟ । ହାତରେ ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ଧରି ଯୁବମାନଙ୍କୁ ଦୁର୍ବୁତ୍ତମାନେ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣର ଦୃଶ୍ୟରୁ କଏଦ। ଅଧିକ ପଢ଼ନ୍ତୁ
ପୁରୀ: ଐତିହ୍ୟ ନଗରୀ ପୁରୀରେ ବଢ଼ୁଛି ଅପରାଧିକ ମାମଲା । ସିସିଟିଭିରେ କଏଦ ହେଲା ମରଣାନ୍ତକ ଆକ୍ରମଣର ଛାତିଥରା ଦୃଶ୍ୟ । ଜଣେ ଯୁବକଙ୍କୁ ମାରଣାଶସ୍ତ୍ରରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏହି ଅପରାଧିକ ମାମଲାରେ ସେବାୟତଙ୍କ ସହ ଜଡିତ ଥିବା ପ୍ରକାଶ କରିଛନ୍ତି ପୁରୀ ଏସ୍ପି । ସେବାୟତଙ୍କ ମଧ୍ୟରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ବିଭିନ୍ନ ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସୁଛି । ତେବେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ରକରି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ ।
ଏପରି ଏକ ଗୋଷ୍ଠୀ ସଂଘର୍ଷର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୁରୀରେ ଦୁର୍ବୃତ୍ତମାନେ କିଭଳି ଖୁଲମଖୁଲା ଆତଙ୍କରାଜ ଚଳାଇଛନ୍ତି ତାହା ଏହି ଚିତ୍ରରୁ ହିଁ ସ୍ପଷ୍ଟ ହୋଇଯାଉଛି । ହାତରେ ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ଧରି ଯୁବମାନଙ୍କୁ ଦୁର୍ବୁତ୍ତମାନେ କିଭଳି ଗୋଡ଼ାଇଗୋଡ଼ାଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ତାହା ସିସିଟିଭିରେ କଏଦ ଦୃଶ୍ୟରୁ ସ୍ପଷ୍ଟ ହେଉଛି ।
ତେବେ ଆକ୍ରମଣରେ ୪ଜଣ ସେବାୟତ ଆହତ ହୋଇଥିବା ବେଳେ ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଭୁଜାଲି ଚୋଟରେ ଗୁଡିଆ ସାହିର ମଧୁସୂଦନ ପତ୍ରୀଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି । ଏହାସହ କାଶିନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି ।
ତେବେ ସୂଚନା ଅନୁଯାୟୀ, ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଗତକାଲି ରାତିରେ ଏଭଳି କାଣ୍ଡ ଘଟିଛି । ଶ୍ରୀମନ୍ଦିରରେ ଦୀର୍ଘ ଦିନ ହେବ ଯାତ୍ରୀ ନେବା ଆଣିବା ବ୍ୟବସାୟକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କିନ୍ତୁ ଗତକାଲି ଏହି ବିବାଦ ଚରମ ସୀମାରେ ପହଞ୍ଚିଥିଲା । ଫଳ ସ୍ୱରୂପ ଗୋଟିଏ ସେବାୟତ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ । ସହରର ବିଭିନ୍ନ ଗଳିକନ୍ଦିରେ ଦୁର୍ବୃତ୍ତମାନେ ଏଭଳି ଖଣ୍ଡା ଓ ମାରଣାସ୍ତ୍ର ଧରି ଆତଙ୍କରାଜ ଖେଳାଉଥିବା ବେଳେ ଏହାକୁ ଦେଖି ସହରବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ତୁରନ୍ତ ପୋଲିସ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।
ସେପଟେ ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ତିନୋଟି ଟିମ୍ ଗଠନ ହୋଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୁରୀ ଏସ୍ପି କହିଛନ୍ତି । ପର୍ଯ୍ୟଟନ ତଥା ଧାର୍ମିକ କ୍ଷେତ୍ର ପୁରୀରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି ।
ଇଟିଭା ଭାରତ, ପୁରୀ
