ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବିକଲା BJP

author img

By

Published : Sep 28, 2022, 8:55 AM IST

Updated : Sep 28, 2022, 4:19 PM IST

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା, ସମୀର ରଞ୍ଜନ ଦାସଙ୍କ ଇସ୍ତଫା ଦାବିରେ ବିଜେପିର ଧାରଣା

ଗୋପ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା । ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ତଦନ୍ତ ପରିସରକୁ ଆଣିବା ଓ ଇସ୍ତଫା ଦାବିରେ ବିଜେପିର ଧାରଣା । ଅଧିକ ପଢ଼ନ୍ତୁ

ପୁରୀ: ଗୋପ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା । ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ତଦନ୍ତ ପରିସରକୁ ଆଣିବା ଓ ଇସ୍ତଫା ଦାବିରେ ବିଜେପିର ଧାରଣା । ଏହା ସହିତ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଛି ବିଜେପି ।

ପୁରୀ ଜିଲ୍ଲା ଗୋପ ବ୍ଲକ 11 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ରାଜରାସ୍ତାରେ ବିଜେପି । ଧର୍ମେନ୍ଦ୍ର ସାହୁଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରି ରାସ୍ତା ଅବରୋଧ କରାଯାଇଥିଲା । ନିମାପଡ଼ା ଦୋଳ ବେଦୀ ଛକରେ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟନାୟକଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଓ ବରିଷ୍ଠ ନେତା ରାସ୍ତା ଅବରୋଧ କରିବା ସହିତ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବିକଲା BJP

ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଜିଲ୍ଲା ପରିଷଦଙ୍କ ମୃତ୍ୟୁ ପଛରେ ହାତ ରହିଛି ବୋଲି ଅଭିଯୋଗ କରିବା ସହିତ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରିଥିଲା ବିଜେପି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡ଼ିଆରେ ଜିଲ୍ଲା ପରିଷଦ ସଭ୍ୟଙ୍କ ଦ୍ଵାରା ପୋଷ୍ଟ କରାଯାଇ ଥିବା କଥାକୁ ଆଧାର କରି ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ସମୀର ଦାସଙ୍କ ବିରେଧରେ କମିଶନରେଟ ପୋଲିସ ନିରପେକ୍ଷ ତଦନ୍ତ କରି କାର୍ଯ୍ୟ କରନ୍ତୁ ବୋଲି ଦାବି କରିଛି ବିଜେପି ।

ସେପଟେ ପାରିବାରିକ ନୁହେଁ ମୃତ ଧର୍ମେନ୍ଦ୍ର ରାଜନୈତିକ ଷଡ଼ଯନ୍ତ୍ରର ଶୀକାର ହୋଇଥିବାର ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି । ଏଥିରେ ମନ୍ତ୍ରୀ ସମୀର ଦାସଙ୍କ ସନ୍ଦେହ ଜନକ ଭୂମିକା ରହିଛି । ଏଣୁ ମନ୍ତ୍ରୀଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିବା ସହ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି ପ୍ରଭାତୀ । ଏହି ବିକ୍ଷୋଭରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ବିଧାୟକ ବାଇଧର ମଳିକ, ବିଜେପି ବରିଷ୍ଠ ନେତା ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated :Sep 28, 2022, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.