ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ, ଭୟଭୀତ ଲୋକ
Published: Aug 28, 2022, 1:10 PM

ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ, ଭୟଭୀତ ଲୋକ
Published: Aug 28, 2022, 1:10 PM

ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରୁ ବନ୍ୟା ପାଣି କମିବା ପରେ ପ୍ରାୟ ୨ଶହ ମିଟର ଲମ୍ବର ନଦୀବନ୍ଧ ନଦୀ ମଧ୍ୟକୁ ଭୁଶୁଡ଼ି ପଡ଼ିଛି । ରାସ୍ତା ଦେଇ ଯିବା ଆସିବା ଭୟ କରୁଛନ୍ତି ଲୋକେ । ଅଧିକ ପଢନ୍ତୁ
ପୁରୀ: ଭାର୍ଗବୀ ନଦୀର ଜମାରସୁଆଁ ଗ୍ରାମ ନିକଟରେ ୨ ଶହ ମିଟର ଲମ୍ବ ନଦୀବନ୍ଧ ଭୁଶୁଡ଼ି ଯାଇଛି । ନଦୀର ଶାଖା ନଦୀ ନୂଆନଈରୁ ବନ୍ୟା ପାଣି କମିବା ପରେ ପ୍ରାୟ ୨ଶହ ମିଟର ଲମ୍ବର ନଦୀବନ୍ଧ ନଦୀ ମଧ୍ୟକୁ ଭୁଶୁଡ଼ି ପଡ଼ିଛି । ରାସ୍ତା ଦେଇ ଯିବା ଆସିବା କରିବାକୁ ଭୟ କରୁଛନ୍ତି ଲୋକେ । ନଦୀବନ୍ଧ ମରାମତିରେ ନିମ୍ନମାନର କାର୍ଯ୍ୟକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଭାର୍ଗବୀନଦୀର ଗବକୁଣ୍ଡ କଟ୍ ନିକଟ ଜମାରସୁଆଁ ଗ୍ରାମ ନିକଟରେ ନୂଆନଈ ବାମପାର୍ଶ୍ଵ ବନ୍ଧର ୨ଶହମିଟର ଲମ୍ବ ନଦୀବନ୍ଧ ଭୁଶୁଡ଼ି ପଡ଼ିଛି । ଫଳରେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ବନ୍ୟାଜଳ ଛାଡ଼ିଯିବା ପରେ ଏହି ଅଘଟଣ ଘଟିଛି । ବନ୍ୟା ପାଣି ଥିଲେ ନଦୀ ବନ୍ଧ ଭାଙ୍ଗି ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ହୋଇଥାନ୍ତା । ଏ ଅଘଟଣକୁ ଅଳ୍ପରେ ବର୍ତିଛନ୍ତି ଲୋକେ । ଗତ କିଛବର୍ଷ ହେବ ସଠିକ୍ ବନ୍ଧ ମରାମତି କରାଯାଉନଥିବାରୁ ପ୍ରତି ବର୍ଷ ଏଠାରେ ନଦୀବନ୍ଧ ଭୁଶୁଡ଼ୁଛି । ପ୍ରତ୍ୟେକ ବର୍ଷ ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ କେବଳ ବାଲି ମୋରମ ପକାଯାଇ ନଦୀବନ୍ଧ ମରାମତି କରାଯାଉଛି। କିନ୍ତୁ ସ୍ଥାୟୀ ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ମରାମତି ନାଁରେ ବ୍ୟାପକ ଅର୍ଥ ବାଟମାରଣା କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ପ୍ରତିବର୍ଷ ଏହି ସ୍ଥାନରେ କାହିଁକି ନଦୀବନ୍ଧ ଭୁଶୁଡୁଛି ତାହାର ଅନୁଧ୍ୟାନ ନିମନ୍ତେ ତୁରନ୍ତ ଏକ ବୈଷୟିକ କମିଟି ଗଠନ କରି ସ୍ଥିତି ଅନୁଧ୍ୟାନ କରିବା ସହ ନଦୀବନ୍ଧ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଯଦି ନଦୀରେ ବନ୍ୟାଜଳ ପ୍ରବାହିତ ସମୟରେ ଏହି ଅଘଟଣ ଘଟିଥାନ୍ତା ତାହେଲେ ସତ୍ୟବାଦୀ ଓ ପୁରୀ ସଦର ବ୍ଲକ୍ର ପ୍ରାୟ ୧୦ଟି ପଞ୍ଚାୟତ ବନ୍ୟା ଜଳରେ ଜଳମଗ୍ନ ହୋଇଥାନ୍ତା । ଏ ସମ୍ପର୍କରେ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
ପ୍ରକାଶ ଥାଉକି, ମହାନଦୀରେ ବନ୍ୟା ସ୍ଥିତି ପାଇଁ ବ୍ୟାପକ କ୍ଷତକ୍ଷତି ହୋଇଛି । ବନ୍ୟା ପାଣି କମିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷତି ସହିଛି । ବିଶେଷ କରି ପୁରୀ ଜିଲ୍ଲାର ଗୋପ ବ୍ଲକ ବ୍ୟାପକ କ୍ଷତି ସହିଛି । ଜଳମଗ୍ନ ହୋଇଛି ଜମି । ବାସହରା ହୋଇଛନ୍ତି ଲୋକେ । ହେକ୍ଟର ହେକ୍ଟର ଜମିରେ ହୋଇଥିବା ପନପରିବା ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଏବେବି ଲୋକେ ଦୁଃଖରେ କାଳାତିପାତ କରୁଛନ୍ତି ।
ଇଟିଭି ଭାରତ, ପୁରୀ
