ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲେଖାହୋଇଛି READY BSP DN

author img

By

Published : Mar 16, 2023, 6:54 AM IST

Updated : Mar 16, 2023, 2:19 PM IST

ଅସ୍ତରଙ୍ଗରୁ ପୁଣି ସନ୍ଦିଗ୍ଧ ପାରା ଉଦ୍ଧାର

ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରୁ ଆଉ ଏକ ସନ୍ଦିଗ୍ଧ ପାରା ଉଦ୍ଧାର । ପାରା ଗୋଡରେ ଇଂରାଜୀରେ ଲେଖା ହୋଇଛି READY BSP DN । ଅଧିକ ପଢନ୍ତୁ

ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର

ପୁରୀ: ପୁଣି ଧରାପଡିଲା ସନ୍ଦିଗ୍ଧ ପାରା । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନପୁରରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି । ଏହି ପାରାର ଗୋଡରେ ତିନୋଟି ରିଙ୍ଗ ରହିଛି । ଗୋଟିଏ ରିଙ୍ଗରେ ଇଂରାଜୀରେ READY BSP DN ଲେଖାଯାଇଛି । ଅନ୍ୟ ଏକ ରିଙ୍ଗରେ 31 ଲେଖାହୋଇଛି । ପାରା ପର ଭିତରେ ମଧ୍ୟ ଷ୍ଟାମ୍ପ ମରାଯାଇଥିବା ଦେଖିବାକୁ ମିଳିଛି । ନାନପୁର ପତିସାହିର ଜଣଙ୍କ ଛାତ ଉପରେ ଏହି ପାରା ବସିଥିବା ବେଳେ ଉଦ୍ଧାର ହୋଇଛି । ପୁଣିଥରେ ସନ୍ଦିଗ୍ଧ ପାରା ଧରାପଡିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ଉକ୍ତ ସନ୍ଦିଗ୍ଧ ପାରାଟି ଗତ ୮ ଦିନ ହେବ ପତିସାହିର ରୁପେନ ପତିଙ୍କ ଘର ଛାତ ଉପରେ ଥିବା ପାରା ଭାଡିରେ ଆସି ବସୁଥିଲା । ରୁପେନଙ୍କ ପୁଅ ବିକ୍ରମ ପତି ଏହାକୁ ଦେଖିଥିଲେ । ସେ ପାରାକୁ ଆଣିବା ପରେ ତାର ଗୋଡରେ ରିଙ୍ଗ ଲାଗିଥିବା ଏବଂ ଇଂରାଜୀରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପ୍ରଘଟ ହେବା ପରେ ପାରାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ ଜମିଥିଲା । ତେବେ ପୋଲିସ ଏହି ସନ୍ଦିଗ୍ଧ ପାରାକୁ ଯାଞ୍ଚ କରୁ ବୋଲି ରୁପେନ ପତିଙ୍କ ପରିବାର ଲୋକେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗୁଇନ୍ଦା ପାରା ଉଦ୍ଧାର: ଗୋଡରେ କ୍ୟାମେରା ଓ ଚିପ, ଡେଣାରେ ବିଦେଶୀ ଭାଷା

ପ୍ରକାଶଥାଉ କି, ଗତ କିଛି ଦିନ ତଳେ କୋଣାର୍କ ଅଞ୍ଚଳରୁ ଏକ ସନ୍ଦିଗ୍ଧ ପାରା ଧରାପଡିଥିଲା । ପାରାଦ୍ବୀପର କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଏହାକୁ ଉଦ୍ଧାର କରିଥିଲେ । ପାରାଟି ସେମାନଙ୍କ ବୋଟରେ ଆସି ବସିଥିଲା । ଉକ୍ତ ପାରାର ଗୋଡରେ ଏକ କ୍ୟାମେରା ଓ ଚିପ୍ ଲାଗିଥିବା ଦେଖିବାକୁ ମିଳିଥିଲା । ସେହିପରି ପାରାର ଡେଣାରେ ମଧ୍ୟ ବିଦେଶୀ ଭାଷାରେ କିଛି ଲେଖା ହୋଇଥିଲା । ମତ୍ସ୍ୟଜୀବୀମାନେ ସନ୍ଦିଗ୍ଧ ପାରାକୁ ପାରାଦ୍ବୀପ ମେରାଇନ ପୋଲିସକୁ ହସ୍ତାନ୍ତର ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାକୁ କିଛି ଦିନ ନପୁରୁଣୁ ପୁଣିଥରେ ପୁରୀ ଅସ୍ତରଙ୍ଗ ଅଞ୍ଚଳରୁ ଆଉ ଏକ ସନ୍ଦିଗ୍ଧ ପାରା ଧରା ହେବା ଏବେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

ଏହାମଧ୍ୟ ପଢନ୍ତୁ: ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ଚିକିତ୍ସା ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ଇଟିଭି ଭାରତ, ପୁରୀ

Last Updated :Mar 16, 2023, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.