ପୁଣି ଏମାର ମଠରେ ଗୁପ୍ତ ଧନ ନେଇ ଆରମ୍ଭ ହେଲା ତଲାସି ଅଭିଯାନ

author img

By

Published : Sep 16, 2021, 3:55 PM IST

ପୁଣି ଏମାର ମଠରେ ଗୁପ୍ତ ଧନ ନେଇ ଆରମ୍ଭ ହେଲା ତଲାସୀ ଅଭିଯାନ

ପୁଣି ଏମାର ମଠରେ ଗୁପ୍ତ ଧନ ନେଇ ଆରମ୍ଭ ହେଲା ତଲାସି ଅଭିଯାନ । ଗୁପ୍ତ ଧନ ଥିବା ସନ୍ଦେହରେ ଖାନ ତଲାସି ଆରମ୍ଭ । ଅଧିକ ପଢନ୍ତୁ...

ପୁରୀ: ପୁଣି ଏମାର ମଠରେ ଗୁପ୍ତ ଧନ ନେଇ ଆରମ୍ଭ ହେଲା ତଲାସି ଅଭିଯାନ । ରୁପା ଇଟାକୁ ନେଇ ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠ ଚର୍ଚ୍ଚାରେ ଥିବାବେଳେ ଆଜି(ଗୁରୁବାର) ପୁଣି ଗୁପ୍ତ ଧନ ତଲାସି ଅଭିଯାନ ଆରମ୍ଭ ହୋଇଛି । ମଠର ବିଭିନ୍ନ ସ୍ଥାନରେ ଆଉ କିଛି ମୂଲ୍ୟବାନ ଜିନିଷ ଥିବା ସନ୍ଦେହ କରାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିବା କୁହାଯାଉଛି ।

ପୁଣି ଏମାର ମଠରେ ଗୁପ୍ତ ଧନ ନେଇ ଆରମ୍ଭ ହେଲା ତଲାସୀ ଅଭିଯାନ

ଜିଲ୍ଲା ପ୍ରଶାସନ, ଦେବୋତ୍ତର କମିଶନ ଓ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗ ମିଳିତ ଭାବେ ଏହି କାର୍ଯ୍ୟ କରୁଛନ୍ତି । ଗତ କିଛିଦିନ ତଳେ ଏମାର ମଠ ଅନ୍ତରୀଣ ଟ୍ରଷ୍ଟ ପକ୍ଷରୁ ମଠରେ ଆଉ କିଛି ମୂଲ୍ୟବାନ ସାମଗ୍ରୀ ତଥା ଗୁପ୍ତ ଧନ ଥିବା ସନ୍ଦେହ କରାଯିବା ପରେ ଦେବୋତ୍ତର କମିଶନଙ୍କୁ ଏନେଇ ଅବଗତ କରାଯାଇଥିଲା । ପରେ ନିଷ୍ପତ୍ତି ମୁତାବକ ଆଜି ମେଟାଲ ଡ଼ିଟେକ୍ଟରରେ ତଲାସୀ କରାଯାଉଛି । ମଠର ଅଗଣା, ଯଜ୍ଞ ମଣ୍ଡପ, ବିଭିନ୍ନ କୋଠରେ ଥିବା କାନ୍ଥକୁ ମେଟାଲ ଡ଼ିଟେକ୍ଟର ଲଗାଯାଇ ତଲାସି କରାଯାଉଛି ।

ତେବେ ଖବର ଲେଖାହେବା ସୁଦ୍ଧା କୌଣସି ମୂଲ୍ୟବାନ ସାମଗ୍ରୀ ମିଳି ନଥିଲା । ଦରକାର ହେଲେ ଆହୁରି କିଛି ଅତ୍ୟାଧୁନିକ ମେସିନ ଲଗାଯାଇ ତଲାସି କରାଯିବ ବୋଲି ଦେବୋତ୍ତର କମିଶନ ଅଧିକାରୀ କହିଛନ୍ତି । ପୂର୍ବରୁ ମଠରୁ ୫୨୨ ଖଣ୍ଡ ଓ ପରେ ୪୨ ଖଣ୍ଡ ରୂପା ଇଟା ଏମାର ମଠରୁ ମିଳିବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ମଠର ମହନ୍ତ ପୂର୍ବରୁ ତଲାସି ନେଇ ପ୍ରଶାସନକୁ ସାହାଯ୍ୟ କରିନଥିବା ଅଭିଯୋଗ ହୋଇଥିଲା । ଫଳରେ ଏଠାରେ ଆହୁରି କିଛି ଗୁପ୍ତ ଧନ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ତଲାସି ପରେ ଏହି ଘଟଣା ପୁଣି ଚର୍ଚ୍ଚାକୁ ଆସିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.