୩୨ତମ ଜାତୀୟ ଫେଡରେସନ ଥ୍ରୋବଲ ଚମ୍ପିୟାନସିପ, ତେଲେଙ୍ଗାନାକୁ ହରାଇ ଓଡିଶା ବିଜୟ ଅଭିଯାନ ଆରମ୍ଭ

୩୨ତମ ଜାତୀୟ ଫେଡରେସନ ଥ୍ରୋବଲ ଚମ୍ପିୟାନସିପ, ତେଲେଙ୍ଗାନାକୁ ହରାଇ ଓଡିଶା ବିଜୟ ଅଭିଯାନ ଆରମ୍ଭ
ପୁରୀର ଝାଡେଶ୍ବରୀ କ୍ଳବ ପରିସରରେ ଆରମ୍ଭ ହୋଇଛି ୩୨ତମ ଜାତୀୟ ଫେଡେରେସନ ଥ୍ରୋବଲ ଚମ୍ପିୟାନସିପ । ଅଧିକ ପଢନ୍ତୁ
ପୁରୀ: ଜିଲ୍ଲା ଝାଡେଶ୍ବରୀ କ୍ଳବ ପରିସରରେ ଉଭୟ ମହିଳା ଓ ପୁରୁଷ ୩୨ତମ ଜାତୀୟ ଫେଡେରେସନ ଥ୍ରୋବଲ ଚମ୍ପିଆନସିପ୍ ଆରମ୍ଭ ହୋଇଛି । ଏହି ଚମ୍ପିଆନସିପ୍ 22 ରୁ ୨୫ ତାରିଖ ପର୍ଯ୍ୟନ୍ତ ଝାଡେଶ୍ୱରୀ କ୍ଲବ ଓ ସ୍ପୋର୍ଟ୍ସ କମ୍ଲେକ୍ସ ପରିସରରେ କରାଯାଉଛି । ଚମ୍ପିଆନସିପ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ନର୍ଲ୍ଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂ ଖେଳକୁ ଶୁଭାରମ୍ଭ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ୍ରେ ବିଭିନ୍ନ ରାଜ୍ୟର ପୁରୁଷ ଓ ମହିଳା ଦଳର ୧୬ଟି ଦଳ ଅଶଂଗ୍ରହଣ କରିଛନ୍ତି । ହରିୟାଣା, ବିହାର, ଗୋଆ, ଦିଲ୍ଲୀ, ଓଡିଶା, କର୍ଣ୍ଣାଟକ, ତାମିଲନାଡୁ କେରଳ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଆଦି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶା ପ୍ରଥମ ଥର ଫେଡେରେସନ ଟୁର୍ଣ୍ଣାମେଣ୍ଟ୍ କରିଵା ପାଇଁ ଦାୟିତ୍ୱ ନେଇଛି । ଶୁଭାରମ୍ଭ ସମୟରେ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏଥିରେ ଜାତୀୟ ରେଫରି ଭାବରେ ରାମକୃଷ୍ଣ ଵେହେରା, ଯଶୋବନ୍ତ ପରମ ଗୁରୁ, ରାକେଶ କୁମାର, ରାଜୁ କୁମାର, ନୀତିଶ କୁମାର, ଲେଖ୍ ରାଜ୍, ଏମ୍ ଡି ସମୀମ୍ ପ୍ରମୁଖ ଖେଳକୁ ପରିଚାଲନା କରିଛନ୍ତି । ପ୍ରଥମ ମ୍ୟାଚ ଦିଲ୍ଲୀ, କର୍ଣ୍ଣାଟକ ଭିତରେ ହୋଇଥିଲା । ଦିଲ୍ଲୀ କର୍ଣ୍ଣାଟକକୁ ୨-୦ ସେଟରେ ପରାସ୍ତ କରିଛି । ପରେପରେ ଗୋଆ ଏବଂ କେରଳ ମଧ୍ୟରେ ମ୍ୟାଚ୍ ହୋଇଥିଲା । ମ୍ୟାଚରେ କେରଲ ୨-୧ ସେଟରେ ଗୋଆକୁ ପରାସ୍ତ କରିଥିଲା। ।
କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ୟାପ୍ରକାଶ ସେନାପତି । ବୃନ୍ଦାବତୀ ନିବାସଠାରୁ ଏକ ବିରାଟ ରାଲିରେ ସମସ୍ତ ଖେଲାଳି ଆସିଥିଲେ । ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଜାତୀୟ ଫେଡରେସନର ସମ୍ପାଦକ ନରେଶ ମାନ ସମସ୍ତ ରାଜ୍ୟ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଓ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । ପୁରୁଷ ବର୍ଗରେ ଦିଲ୍ଲୀକୁ ହରାଇ କେରଳକୁ ୧୬-୧୪, ୧୫-୧୨ ସେଟରେ ପରାସ୍ତ କରିଛି । ସେହପରି ଓଡ଼ିଶା ତେଲେଙ୍ଗନାକୁ ୧୫-୦, ୧୫-୧୦ ଓ କେରଳ ଗୋଆକୁ ୧୫-୯, ୧୫-୧୧, ସେଟ୍ରେ ହରାଇଛି । ମହିଳା ବିଭାଗରେ ଦିଲ୍ଲୀ ଆନ୍ଧ୍ରପ୍ରଦେଶକୁ ୧୫-୪, ୧୫-୪ରେ ପରାସ୍ତ କରିଛି । କର୍ଣ୍ଣାଟକ କେରଳକୁ ୧୫-୧,୧୫-୧୧ ସେଟରେ ପରାସ୍ତ କରିଛି ।
ଉଦଘାଟନୀ ସମାରୋହରେ ଓଡିଶା ଥ୍ରୋବଲ ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଦାସ, ଥ୍ରୋବଲ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ଉପସଭାପତି ମଧୁସୂଦନ ମିଶ୍ର, ସିତେନ୍ଦ୍ର ଦାସ, ଓଡିଶାର ପୂର୍ବତନ ଥ୍ରୋବଲ କ୍ୟାପଟେନ ବିମଳେନ୍ଦୁ ଦାଶ, ଜାତୀୟ ଥ୍ରୋବଲ ଫେଡେରେସନଳ ସମ୍ପାଦକ, ନରେଶ ମାନ, ଜଏଣ୍ଟ ସେକ୍ରେ଼ଟାରୀ ନୀରଜ କୁମାର ପପୁ, ଟ୍ରେଜରର ବାଲା ବିନାୟକମ୍, ଜଏଣ୍ଟ ସ୍ରେକେଟାରୀ ଜଗନ ମୋହନ ଗୌଡ, ଆନ୍ଧ୍ରପ୍ରଦେଶ ସମ୍ପାଦକ ଇଦା ସୁଲୋଚନା ପ୍ରମୁଖ ଯୋଗଦାନ କରିଥିଲେ ।
ଇଟିଭି ଭାରତ, ପୁରୀ
