ନୂଆପଡାରେ ମହିଳାଙ୍କୁ ଗୁଳି କରି ହତ୍ୟା

author img

By

Published : Sep 15, 2022, 10:21 AM IST

ନୂଆପଡାରେ ମହିଳାଙ୍କୁ ଗୁଳି କରି ହତ୍ୟା

ନୂଆପଡା ଜିଲ୍ଲା କୋମାନା ଥାନା ଠୁଟିବର ଗାଁରେ ମହିଳାଙ୍କୁ ଗୁଳି କରି ହତ୍ୟା । ଅଭିଯୁକ୍ତ ଫେରାର୍ । ଅଧିକ ପଢନ୍ତୁ

ନୂଆପଡା: ଜିଲ୍ଲା କୋମାନା ଥାନା ଅଞ୍ଚଳରେ ମହିଳାଙ୍କୁ ଗୁଳିମାଡ(Woman Shot Dead In Nuapada) । ଗତକାଲି(ବୁଧବାର) ରାତିରେ କୋମାନା ଥାନା ଅନ୍ତର୍ଗତ ଠୁଟିବର ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ସେହି ଗାଁର ଶରତ ସାହୁଙ୍କ ଦ୍ବିତୀୟ ପତ୍ନୀ କୁମୁଦିନି ଶବର । ଠୁଟିବର ଗାଁ ନିଳାମ୍ବର ସୁନା ତାଙ୍କୁ ହତ୍ୟା କରିଛି । ଏହି ଗୁଳିକାଣ୍ଡ ପରେ ଅଭିଯୁକ୍ତ ଫେରାର୍ ହୋଇଯାଇ ଥିବାବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣକୁ ନେଇ ଏପରି କାଣ୍ଡ ହୋଇଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି ।

ନୂଆପଡାରେ ମହିଳାଙ୍କୁ ଗୁଳି କରି ହତ୍ୟା

ସୂଚନା ମୁତାବକ, ଠୁଟିବର ଗାଁର ଗ୍ରାମରକ୍ଷୀ ପିତାମ୍ବର ସୁନାଙ୍କ ପୁଅ ଅଭିଯୁକ୍ତ ନିଳାମ୍ବର ସୁନା ଶରତ ସାହୁଙ୍କ ଘରକୁ ଯାଇଥିଲା । ସେଠାରେ କୌଣସି କାରଣକୁ ନେଇ ଶରତ ସାହୁଙ୍କ ସହ ତା'ର ସାମାନ୍ୟ ବଚସା ହୋଇଥିଲା । ଏଥିରେ ଅଭିଯୁକ୍ତ ଉତକ୍ଷିପ୍ତ ହୋଇ ପିସ୍ତଲ ବାହାର କରି ଶରତଙ୍କ ଉପରକୁ ଫାଇରିଂ କରିଥିଲା । ହେଲେ ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ପତ୍ନୀ କୁମୁଦିନି ଶବର ନିଳାମ୍ବର ସାମ୍ନାକୁ ଆସିଯାଇଥିଲେ ଏବଂ ତାଙ୍କ ପେଟରେ ଗୁଳି ବାଜିଥିଲା । ଯାହାଫଳରେ ସାଙ୍ଗେ ସାଙ୍ଗେ କୁମୁଦିନି ସେଠାରେ ଟଳି ପଡିଥିଲେ । ଏହାପରେ ଅଭିଯୁକ୍ତ ସେଠାକୁ କୁଆଡେ ଖସି ପଳାଇଥିଲା ।

ଏହାମଧ୍ୟ ପଢନ୍ତୁ: ଟନେଲରେ ଧସିଲା ମାଟି, ଚାଲିଗଲା 2 ଶ୍ରମିକଙ୍କ ଜୀବନ

ଖବର ପାଇ କୋମନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ମୃତଦେହ ଜବତ କରିବା ସହ ଫେରାର୍ ଅଭିଯୁକ୍ତ ନିଳାମ୍ବର ସୁନାକୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.