ଲାଞ୍ଚ ନେବାବେଳେ ପ୍ରିନ୍ସିପାଲଙ୍କୁ ଗିରଫ କଲା ଭିଜିଲାନ୍ସ, ନଗଦ ଟଙ୍କା ଜବତ

author img

By

Published : Aug 25, 2021, 4:04 PM IST

ଲାଞ୍ଚ ନେବାବେଳେ ଭିଜିଲାନ୍ପ ଜାଲରେ ପଡିଲେ ପ୍ରିନ୍ସିପାଲ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଗିରଫ । ସହଯୋଗୀଙ୍କୁ ମାଗୁଥିଲେ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

ନୂଆପଡା: ସହକାରୀ କର୍ମଚାରୀଙ୍କ ସର୍ଭିସ ବୁକ ଅପଡେଟ କରିବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପ୍ରିନ୍ସିପାଲ । ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ସୁଜନ କୁମାର ସାହୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ।

ଲାଞ୍ଚ ନେବାବେଳେ ଭିଜିଲାନ୍ପ ଜାଲରେ ପଡିଲେ ପ୍ରିନ୍ସିପାଲ

ମିଳିଥିବା ସୂଚନା ଅନୁସାରେ,ଆଦର୍ଶ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ରାମକ୍ରିଷ୍ଣା ପଧାନଙ୍କ ସର୍ଭିସ ବୁକ ଅପଡେଟ କରିବାପାଇଁ ପ୍ରିନ୍ସିପାଲ 7ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ପ୍ରିନ୍ସିପାଲଙ୍କ ଦାବି ଅନୁସାରେ ମଙ୍ଗଳବାର 3ହଜାର ଟଙ୍କା ଲାଞ୍ଚ ଦେଇଥିଲେ ସହକାରୀ ଶିକ୍ଷକ । ଆଜି ବୁଧବାର ପୁଣି 4ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ, ପୂର୍ବରୁ ଅଭିଯୋଗ ପାଇଥିବା ଭିଜିଲାନ୍ସ ପ୍ରିନ୍ସିପାଲଙ୍କୁ ଘଟଣାସ୍ଥଳରୁ ଗିରଫ କରିବା ସହ ତାଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିଛି ।

କଳାହାଣ୍ଡି ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୟରେ ଭିଜିଲାନ୍ସ ଟିମ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଟିମରେ ରାୟଗଡା DSP ରୂପଧର ନାଏକ, ନୂଆପଡା ଇନିସ୍ପେକ୍ଟର ଦୀନବନ୍ଧୁ ବେହେରା ଏବଂ କଳାହାଣ୍ଡି ଇନିସ୍ପେକ୍ଟର ପ୍ରମିଳା ସୁନା ପ୍ରମୁଖ ମଧ୍ୟ ସାମିଲ ରହିଥିଲେ । ତେବେ ପ୍ରିନ୍ସିପାଲଙ୍କୁ ଗିରଫ ପରେ ଅଧିକ ତଦନ୍ତ ଜାରି ରହିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.