ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବିରେ ଏକତ୍ର ହେଲେ ବିଭିନ୍ନ ଶ୍ରମିକ ସଂଗଠନ

author img

By

Published : Aug 8, 2021, 10:27 PM IST

nuapada

ନୂଆପଡା ଜିଲ୍ଲାରେ ଶ୍ରମିକ ତଥା ଦିନ ମଜୁରିଆଙ୍କ ନ୍ୟାର୍ଯ୍ୟ ଦାବିରେ ଏକତ୍ରିତ ହୋଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଅଧିକ ପଢନ୍ତୁ...

ନୂଆପଡା: ଶ୍ରମିକ ତଥା ଦିନ ମଜୁରିଆଙ୍କ ନ୍ୟାର୍ଯ୍ୟ ଦାବିରେ ନୂଆପଡାରେ ଏକତ୍ରିତ ହୋଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଶ୍ରମିକଙ୍କ ମୌଳିକ ଅଧିକାରକୁ ନେଇ ଆଲୋଚନା କରିଥିଲେ ସାମିଲ ହୋଇଥିବା ଶ୍ରମିକ ନେତାମାନେ ।

ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବିରେ ଏକତ୍ର ହେଲେ ବିଭିନ୍ନ ଶ୍ରମିକ ସଂଗଠନ

ଜିଲ୍ଲାରେ ତିଖାଲି ଡାକବଙ୍ଗଳା ଠାରେ ଶ୍ରମିକ ନେତା ଯଦୁମଣି ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ବରିଷ୍ଠ ଶ୍ରମିକ ନେତା କେଶବ ବେହେରାଙ୍କ ଅଧ୍ୟକ୍ଷତାରେ ଶ୍ରମିକମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ କୋଠାବାଡି ନିର୍ମାଣ ଶ୍ରମିକ ମଜଦୁରଙ୍କ ନ୍ୟାର୍ଯ୍ୟ ଦାବୀ ଓ ତାଙ୍କ ମୌଳିକ ଅଧିକାର ଉପରେ ଜିଲ୍ଲାରେ କାମ କରୁଥିବା ସମସ୍ତ ଶ୍ରମିକ ସଂଗଠନର ବରିଷ୍ଠ ନେତୃମଣ୍ଡଳୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି ।

ରାଷ୍ଟ୍ରୀୟ ଟ୍ରେଡ଼ ୟୁନିଅନ,ଭାରତୀୟ ମଜଦୂର ସଂଘ, ଓଡିଶା କୋଠାବାଡି ମଜଦୂର ସଂଘ,ଚାଷୀ ମୂଲିଆ ସଂଘ,ଓଡିଶା ନିର୍ମାଣ ସଂଘ,ନିର୍ମାଣ ମଜଦୂର ସଂଘ,ବିଜୁ ଶ୍ରମିକ ସାମୃଦ୍ଧ ଏକତ୍ରିତ ହୋଇ ଆଗାମୀ ଦିନରେ ଜିଲ୍ଲାରେ କାମ କରିବାପାଇଁ ସଂକଳ୍ପ ନେଇଛନ୍ତି । ରବିବାର ମିଳିତ ଶ୍ରମିକ ସଂଗଠନର ବରିଷ୍ଠ ନେତୃମଣ୍ଡଳୀଙ୍କ ସର୍ବସମ୍ମତି କ୍ରମେ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହକ ଭାବରେ ଶ୍ରମିକ ନେତା ଯଦୁମଣି ପାଣିଗ୍ରାହୀଙ୍କୁ ମନୋନୀତ କରିଛନ୍ତି । ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ସଂଗଠନର ନେତୃମଣ୍ଡଳୀ ଚୟନ କରି ଶ୍ରମିକଙ୍କ ହକ ଅଧିକାର ପାଇଁ ସଂଗ୍ରାମ କରିବେ ବୋଲି ସଂକଳ୍ପ ନେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.