ଜନବସତି ମୁହାଁ ମହାବଳ, ସଞ୍ଚ ନଇଁଲେ ପଡୁଛି ତାଟି କବାଟ

author img

By

Published : Aug 7, 2022, 12:59 PM IST

ଜନବସତି ମୁହାଁ ମହାବଳ: ସଞ୍ଚ ନଇଁଲେ ପଡୁଛି ତାଟି କବାଟ

ନୂଆପଡା ଘାଟମାଲ ପଞ୍ଚାୟତ ଗାଁ ଗୁଡିକରେ ମାତିଛି ମହାବଳ । ଭୟଭୀତ ଲୋକେ । ଏନେଇ ସିନାପାଲି ବନାଞ୍ଚଳ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବାଘୁ ବୁଲୁଥିବା ଖବର ଆମ ପାଖରେ ମଧ୍ୟ ଅଛି ।ଅଧିକ ପଢନ୍ତୁ

ନୂଆପଡା: ଜିଲ୍ଲା ମାଓ ପ୍ରବଣ ଘାଟମାଲ ପଞ୍ଚାୟତ ଗାଁ ଗୁଡିକରେ ବାଘ ଆତଙ୍କ । ସ୍ଥାନୀୟ ଅଞ୍ଚଳରେ 4ଟି ମହାବଳ ବାଘ ବୁଲୁଥିବାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଲୋକେ । ସ୍ଥାନେ ସ୍ଥାନେ ବାଘର ପାଦ ଚିହ୍ନ ମଧ୍ୟ ପଡିଛି । ସଞ୍ଚ ନଇଁଲେ ଗାଁରେ ତାଟି କବାଟ ପକାଇ ଦେଉଛନ୍ତି ଲୋକେ । ଖାଦ୍ୟ ଅନ୍ବଷେଣରେ ବାଘ ଜନବସତି ମୁହାଁ ହେଉଥିବା କୁହାଯାଉଛି ।

ଜନବସତି ମୁହାଁ ମହାବଳ: ସଞ୍ଚ ନଇଁଲେ ପଡୁଛି ତାଟି କବାଟ

ସୂଚନା ଅନୁସାରେ, ନୂଆପଡାର ଘାଟମାଲ ଓ ଯୋଗଭଟା ଅଞ୍ଚଳରେ ବାଘର ଗତିବିଧି ବଢୁଥିବାରୁ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ଜଙ୍ଗଲରେ ବାଘର ଗର୍ଜନ ଶୁଣି 9 ଗୋଟି ଗାଁର ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । ଏନେଇ ସିନାପାଲି ବନାଞ୍ଚଳ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,‘ବାଘୁ ବୁଲୁଥିବା ଖବର ଆମ ପାଖରେ ମଧ୍ୟ ଅଛି । ବାଘର ଗତିବିଧିକୁ ଦେଖିବା ପାଇଁ ସ୍ଥାନେ ସ୍ଥାନେ କ୍ୟାମେରା ଖଞ୍ଝା ଯାଇଛି । ରାତ୍ରୀ ସମୟରେ ଘରୁ ପଦାକୁ ନ ବାହାରିବାପାଇଁ ଲୋକଙ୍କୁ ସଚେତନ କରାଯାଉଛି’।

ଇଟିଭି ଭାରତ,ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.