ଭସାଣିରେ ଯାଇ ଭାସିଗଲେ 3 ମଦ ଦୋକାନ କର୍ମଚାରୀ

author img

By

Published : Sep 17, 2021, 2:14 PM IST

Updated : Sep 17, 2021, 4:20 PM IST

ମୂର୍ତ୍ତି ଭସାଇବାକୁ ଯାଇ ଭାସିଗଲେ 3 ମଦ ଦୋକାନ କର୍ମଚାରୀ

ନୂଆପଡାରେ ଗଣେଶ ମୂର୍ତ୍ତି ଭସାଣି ସମୟରେ ଅଘଟଣ । ମୂର୍ତ୍ତି ବିସର୍ଜନ ସମୟରେ 3 ମଦ ଦୋକାନ କର୍ମଚାରୀ ଭାସି ଯାଇଥିବା ସୂଚନା । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳ ପ୍ରପାତ ପର୍ଯ୍ୟଟନ କ୍ଷେତ୍ରରେ ଅଘଟଣ । ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ 3ଜଣ ବ୍ୟକ୍ତି ପାଣିରେ ଭାସି ଯାଇଥିବା ଜଣାପଡିଛି । ନିଖୋଜଙ୍କ ମଧ୍ୟରୁ 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଜଣଙ୍କୁ ଖୋଜା ଖୋଜି କରୁଛି ଦମକଳ ବାହୀନି ।

ମୂର୍ତ୍ତି ଭସାଇବାକୁ ଯାଇ ଭାସିଗଲେ 3 ମଦ ଦୋକାନ କର୍ମଚାରୀ

ଏହି 3 ଜଣ ବ୍ୟକ୍ତି ନୂଆପଡା ସଦର ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନ କର୍ମଚାରୀ ବୋଲି ଜଣାପଡିଛି । ଖବରପାଇ ନୂଆପଡା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜିବା ପରେ 2 ଜଣଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଦ୍ବୟ ହେଉଛନ୍ତି ଅମିତ ଗୁପ୍ତା ଏବଂ ରାଜ କୁମାର ଗୁପ୍ତା ।

ଅନ୍ୟପଟେ ଦୀର୍ଘ ସମୟ ଖୋଜା ଖୋଜି ପରେ ମଧ୍ୟ ମଦ ଦୋକାନ ମ୍ୟାନେଜର ନିଲେସ ସିଂଙ୍କ ପତ୍ତା ମିଳିନାହିଁ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated :Sep 17, 2021, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.