ଛଦ୍ମ ବେଶରେ ଗ୍ରାହକ ସାଜି STF ଟିମର ଚଢାଉ, ଅଭିଯୁକ୍ତ ଫେରାର

author img

By

Published : Sep 22, 2021, 9:18 PM IST

ଛଦ୍ମ ବେଶରେ ଗ୍ରାହକ ସାଜି STF ଟିମର ଚଠାଉ: ଅଭିଯୁକ୍ତ ଫେରାର

ନୂଆପଡା ଜିଲ୍ଲାର ବୋଡେ଼ନ ଥାନା ବରଗାଁର ଅକବର ମେହେରଙ୍କ ବରଗାଁସ୍ଥିତ ବାସଭବନରେ STF ଟିମର ଅତର୍କିତ ଚଢ଼ାଉ । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲାର ବୋଡେ଼ନ ଥାନା ବରଗାଁର ଅକବର ମେହେରଙ୍କ ବରଗାଁସ୍ଥିତ ବାସଭବନରେ STF ଟିମର ଅତର୍କିତ ଚଢ଼ାଉ ।
ସୂଚନା ମୁତାବକ ବରଗାଁ ନିବାସୀ ଅକବର ମେହେର ବାଘ ନଖ, ଚମଡା, ହାତୀ ଦାନ୍ତ ଆଦି ବେଆଇନ ଭାବରେ ବନ୍ୟଜନ୍ତୁ ସାମଗ୍ରୀକୁ ନେଇ ଦୀର୍ଘ ଦିନରୁ ବ୍ୟବସାୟ କରି ଆସୁଥିବା STF ଟିମ ଭୁବନେଶ୍ୱର ପାଖରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ STF ଭୁବନେଶ୍ୱରରୁ 4 ଜଣିଆ ସ୍ୱତନ୍ତ୍ର ଟିମ ଛଦ୍ମ ବେଶରେ ଗ୍ରାହକ ସାଜି ଅକବର ମେହେର ଘରକୁ ଯାଇ ବାଘନଖ, ଚମଡା, ହାତୀଦାନ୍ତ କିଣିବା ପାଇଁ ଅକବରକୁ କହିଥିଲେ ।

ଛଦ୍ମ ବେଶରେ ଗ୍ରାହକ ସାଜି STF ଟିମର ଚଠାଉ: ଅଭିଯୁକ୍ତ ଫେରାର

ଏହାପରେ ଅକବର ମେହେର ବାଘନଖ, ଚମଡା ମୋ ପାଖରେ ନାହିଁ, କେବଳ ମୂଲ୍ୟବାନ ହୀରା ପଥର 2 ଖଣ୍ଡ ଅଛି କହି ଦେଖାଇଥିଲା । ଏହାପରେ ଛଦ୍ମବେଶୀ ଗ୍ରାହକ 4 ଜଣ ନିଜକୁ STF ଟିମର ପରିଚୟ ଦେଇ ହୀରା ପଥରକୁ ଜବତ କରିବାକୁ ଉଦ୍ୟମ କରିଥିଲେ । ପରେ ହୀରା ବ୍ୟବସାୟୀ ଅକବର STF ଟିମକୁ ଧକ୍କା ଦେଇ 2 ଖଣ୍ଡ ହୀରା ପଥର ଧରି ଫେରାର ହୋଇଯାଇଛି । STF ଟିମର ଛାନଭିନ ଚାଲିଥିବାବେଳେ, ସୁରକ୍ଷା ଦୃଷ୍ଟିରୁ ବୋଡେ଼ନ, ସିନାପାଲି ପୋଲିସ ମୁତୟନ ଅଛନ୍ତି । ଘଟଣା ସମ୍ପର୍କରେ ଅଧିକ ତଥ୍ୟ STF ଟିମକୁ ପଚାରିବାରୁ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ରୋକଠୋକ ମନା କରିଦେଇଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.