ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିପାଝରନ, ନାହିଁ ରାସ୍ତା କି ବିଜୁଳି ବ୍ୟବସ୍ଥା

author img

By

Published : Sep 4, 2021, 4:31 PM IST

ଲୋକଙ୍କୁ ଆକର୍ଶୀତ କରୁଛି ନୂଆପଡାର ପର୍ଯ୍ୟଟନସ୍ଥଳୀ ଥିପାଝରନା

ନୂଆପଡା ସଦର ମହୁକମା ଠାରୁ ମାତ୍ର 123 କିଲୋମିଟର ଦୂରରେ ରହିଛି ଥିପାଝରନ ପର୍ଯ୍ୟଟନ କ୍ଷେତ୍ର । ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ହେଲେ ସରକାରଙ୍କ ଆଢୁଆଳରେ ଏହି ପର୍ଯ୍ୟଟନସ୍ଥଳୀ । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲାର ବହୁ ପ୍ରସିଦ୍ଧ ଥିପାଝରନ ପର୍ଯ୍ୟଟନ କ୍ଷେତ୍ର । ସଦର ମହୁକମା ଠାରୁ ମାତ୍ର 123 କିଲୋମିଟର ଦୂରତା ସିନାପାଲି ବ୍ଲକ ଥିପାଖୋଲ ଗାଁରେ ଅବସ୍ଥିତ ଏହି ପର୍ଯ୍ୟଟନ କ୍ଷେତ୍ର । ଥିପାଖୋଲ ଏବଂ ଡଙ୍ଗରଗାଁ ମଧ୍ୟସ୍ଥି ଉଚ୍ଚ ପର୍ବତ ଶିଖର ପ୍ରକୃତି ରାଣୀ କୋଳରେ ଝରିପଡୁଛି ଥିପାଝରନ । ମନଲୋଭା ବନ ଲତା ପାହାଡ଼ ଝରଣାର କୁଳୁକୁଳୁ ପାଣି ପର୍ଯ୍ୟଟକଙ୍କ ମନ କିଣୁଛି । ମନ ଭରି ଉପଭୋଗ କରିବା ପାଇଁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ସତ ! ହେଲେ ସରକାରଙ୍କ ଅଣଦେଖାରେ ଦିନକୁ ଦିନ ମଉଳି ଯାଉଛି ଥିପାଝରନ ପର୍ଯ୍ୟଟନ କ୍ଷେତ୍ର । ଏଠାକୁ ଯିବାକୁ ରାସ୍ତା, ପିଇବା ପାଣି,ବିଶ୍ରାମ ଗୃହ, ବିଜୁଳି ସବୁକିଛି ଅପହଞ୍ଚ ହୋଇପଡିଛି ।

ଲୋକଙ୍କୁ ଆକର୍ଶୀତ କରୁଛି ନୂଆପଡାର ପର୍ଯ୍ୟଟନସ୍ଥଳୀ ଥିପାଝରନା

ଐତିହାସିକ ଥିପାଝରନ ପର୍ଯ୍ୟଟନ କ୍ଷେତ୍ରର ବହୁ ପ୍ରାଚୀନ ପୁରାତନ କିମ୍ବଦନ୍ତୀ ରହିଛି । ଦ୍ୱାପର ଯୁଗରେ ଜଳ ପ୍ରପାତ କୂଳ ନିଘଞ୍ଚ ନିକାଞ୍ଚନ ଜଙ୍ଗଲ ମଧ୍ୟରେ ଜଣେ ତପସ୍ୱୀ ତପସ୍ୟା କରୁଥିଲେ । ତପସ୍ୟା ସମୟରେ ଉଇହୁଙ୍କା ଲାଗି ସାଧୁଙ୍କ ମୃତ୍ୟୁ ହୋଇଥିଲା । ସାଧୁ ତପସ୍ୱୀଙ୍କ ନାମ ଅନୁସାରେ ଥିପାଝରନ ପର୍ଯ୍ୟଟନ କ୍ଷେତ୍ର ନାମକରଣ ହୋଇଥିବା ଗବେଷକ ମତଦିଅନ୍ତି । ଏହାରି ଉପରି ଭାଗ ଜଙ୍ଗଲ ଶୀର୍ଷରେ ଡଙ୍ଗରଗାଁ ଅବସ୍ଥିତ ଯେଉଁ ଠାରେକି ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବାସ କରନ୍ତି ।

ଡଙ୍ଗରଗାଁ ପାହାଡ଼ ଶୀର୍ଷରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ମଲେନ ଦେବୀ ପୂଜା ପାଉଛନ୍ତି । ମାଁଙ୍କୁ ସ୍ମରଣ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ବର୍ଷା ଅଭାବ ହେଲେ ଏହି ଅଞ୍ଚଳର ଲୋକେ ଦେବୀ ମାଁଙ୍କୁ ପୂଜାର୍ଚ୍ଚନା କଲେ ତୁରନ୍ତ ଘଣ୍ଟାଏ ମଧ୍ୟରେ ବର୍ଷା ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେବେ ନୂଆପଡା ଜିଲ୍ଲାର ଏହି ସୁପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ଏବେ ଜରୁରୀ ହୋଇ ପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.