ପର୍ଯ୍ୟଟନ କ୍ଷେତ୍ରର ଭ୍ରମ ସୃଷ୍ଟି କରୁଛି ‘ରାଣୀମୁଣ୍ଡା ଗ୍ରାମୀଣ ହାଟ’, ପ୍ରତିଟି କୋଣରେ ଭରିଛି ସୁନ୍ଦରତା

author img

By

Published : Sep 14, 2021, 3:15 PM IST

ପର୍ଯ୍ୟଟନ କ୍ଷେତ୍ରର ଭ୍ରମ ସୃଷ୍ଟି କରୁଛି ରାଣୀମୁଣ୍ଡା ଗ୍ରାମୀଣ ହାଟ

ପର୍ଯ୍ୟଟନ କ୍ଷେତ୍ରର ଭ୍ରମ ସୃଷ୍ଟି କରୁଛି ଗାଁ ହାଟ । କାନ୍ଥ ବାଡ଼ରେ ଶୋଭାପାଉଛି ରଙ୍ଗ ବେରଙ୍ଗର ଆକର୍ଷଣୀୟ ଚିତ୍ର, ଆଉ ତା ସାଙ୍ଗକୁ ସଚେତନତାର ବାର୍ତ୍ତା । ଯେକେହିବି ହାଟକୁ ଆସିଲେ ଘଡ଼ିଏ ସେଠି ବସି ପଡ଼ିଲେ, ମନ ଶାନ୍ତି । କାରଣ ଏହି ହାଟର ପ୍ରତିଟି କୋଣରେ ଭରି ରହିଛି ସୁନ୍ଦରତା । ଆମେ କହୁଛୁ ନୂଆପଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ରାଣୀମୁଣ୍ଡା ଗ୍ରାମୀଣ ହାଟ କଥା । ଅଧିକ ପଢନ୍ତୁ...

ନୂଆପଡ଼ା: ପର୍ଯ୍ୟଟନ କ୍ଷେତ୍ରର ଭ୍ରମ ସୃଷ୍ଟି କରୁଛି ଗାଁ ହାଟ । କାନ୍ଥ ବାଡ଼ରେ ଶୋଭାପାଉଛି ରଙ୍ଗ ବେରଙ୍ଗର ଆକର୍ଷଣୀୟ ଚିତ୍ର, ଆଉ ତା ସାଙ୍ଗକୁ ସଚେତନତାର ବାର୍ତ୍ତା । ଯେକେହିବି ହାଟକୁ ଆସିଲେ ଘଡ଼ିଏ ସେଠି ବସି ପଡ଼ିଲେ, ମନ ଶାନ୍ତି । କାରଣ ଏହି ହାଟର ପ୍ରତିଟି କୋଣରେ ଭରି ରହିଛି ସୁନ୍ଦରତା । ଆମେ କହୁଛୁ ନୂଆପଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ରାଣୀମୁଣ୍ଡା ଗ୍ରାମୀଣ ହାଟ କଥା । ଯେଉଁଠି ବ୍ୟବସାୟୀଙ୍କ ବସିବା ପାଇଁ ପିଣ୍ଡା ସାଙ୍ଗକୁ ମୁଣ୍ଡ ଉପରେ ଲାଗିଛି ଛାଉଣୀ । କାନ୍ଥ ବାଡ଼ରେ ରଙ୍ଗ ବେରଙ୍ଗର ଚିତ୍ର ସାଙ୍ଗକୁ ମହାମାରୀ କୋରୋନା, ସ୍ବଚ୍ଛଭାରତ, ଜଙ୍ଗଲ ସୁରକ୍ଷା ଭଳି ଏକାଧିକ ସଚେତନତାର ବାର୍ତ୍ତା । ଆଉ ତାହା କେବଳ ସମ୍ଭବ ହୋଇପାରିଛି ସ୍ଥାନୀୟ ସରପଞ୍ଚ ଏବଂ ପ୍ରଶାସନର ମିଳିତ ପ୍ରୟାସରେ ।

ପର୍ଯ୍ୟଟନ କ୍ଷେତ୍ରର ଭ୍ରମ ସୃଷ୍ଟି କରୁଛି ରାଣୀମୁଣ୍ଡା ଗ୍ରାମୀଣ ହାଟ
ଗାଁ ହାଟ ମୁଖ୍ୟତଃ ଟିକେ ବର୍ଷାରେ କାଦୁଅ ପଙ୍କରେ ପୋତି ହୋଇଯାଏ । କିନ୍ତୁ ରାଣୀମୁଣ୍ଡା ଗାଁ ହାଟରେ ଦେଖିବାକୁ ମିଳିଛି ତାର ବିପରୀତ । ଏହି ହାଟର ସୌନ୍ଦର୍ଯ୍ୟ ଏତେ ଆକର୍ଷଣୀୟ ଯେ, ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଛୁଟୁଛି ଲୋକଙ୍କ ସୁଅ । କିଛି ଦିନ ପୂର୍ବରୁ ନୂଆପଡା ଜିଲ୍ଲାର ଦାୟିତ୍ବ ନେବାପରେ ଜିଲ୍ଲାପାଳ ସ୍ବଧାଦେଵ ସିଂ ପ୍ରଥମକରି ଏହି ଗ୍ରାମପଞ୍ଚାୟତକୁ ପରିଦର୍ଶନରେ ଆସିଥିଲେ । ଯେଉଁଠି ଖୁଣ୍ଟ ଉପରେ ପଲିଥିନ ଘୋଡାଇ ଲୋକେ ବ୍ୟବସାୟ କରୁଥିଲେ । ଏହାପରେ ଏଭଳି ଦୟନୀୟ ଦୃଶ୍ୟରେ ପ୍ରଭାବିତ ହୋଇ ଏକ ମଡେଲ ଗାଁ ହାଟ ନିର୍ମାଣ କରିବା ପାଇଁ BDO, ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ପରେ ମନରେଗା ଯୋଜନା, କେନ୍ଦ୍ରୀୟ ଚତୁର୍ଦଶ ଅର୍ଥ କମିଶନ ଯୋଜନା ଏବଂ 14CFC, SFC ଯୋଜନାରେ ପ୍ରାୟ 25 ଲକ୍ଷ ବ୍ୟୟବରାଦରେ ନିର୍ମାଣ କରାଯାଇଥିଲା ଏହି ଆକର୍ଷଣୀୟ ହାଟ ।ଏହି ହାଟ ନିର୍ମାଣ ଦ୍ବାରା ଲୋକେ ସୁବିଧା ପାଇବା ସହିତ ଗ୍ରାମପଞ୍ଚାୟତର ଏକ ସ୍ଥାୟୀ ସଂପତ୍ତି ସୃଷ୍ଟି ହୋଇପାରିଛି । ତେବେ ସରପଞ୍ଚ ଏବଂ ପ୍ରଶାସନର ଏଭଳି କାର୍ଯ୍ୟପାଇଁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.