ଆସୁଛି ନୂଆଖାଇ, ଖଡ଼ିଆଳ ରାଜ ଦରବାରରେ ପ୍ରସ୍ତୁତି ଚୂଡାନ୍ତ

author img

By

Published : Aug 28, 2021, 7:12 PM IST

Updated : Aug 28, 2021, 7:28 PM IST

ଆସୁଛି ନୂଆଖାଇ, ଖଡ଼ିଆଳ ରାଜ ଦରବାରରେ ପ୍ରସ୍ତୁତି ଚୂଡାନ୍ତ

ଆସୁଛି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡିଶା । ଏଥିଲାଗି ନୂଆପଡା ଜିଲ୍ଲାରେ ପ୍ରସ୍ତୁତି ଲଗ୍ନ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ...

ନୂଆପଡା: ନୂଆଖାଇ ପର୍ବ ପାଳନ ନେଇ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ନୂଆପଡା ଜିଲ୍ଲା ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ରାଜ ଦରବାର ପ୍ରାଙ୍ଗଣରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଲଗ୍ନ ଧାର୍ଯ୍ୟ ଅବସରରେ ଆଜି(ଶନିବାର) ଯୁବରାଜ ଦେବ ଦେବ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଲଗ୍ନ ଧାର୍ଯ୍ୟ ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ ଜ୍ୟୋତିଷ ପ୍ରଫୁଲ୍ଲ କୁମାର ରଥ, ରାଜ ପଣ୍ଡିତ ସୁଦର୍ଶନ ଠାକୁର ଓ ତାରା ପ୍ରସାଦ ଆଚାର୍ଯ୍ୟ ଗଡ ରକ୍ଷକ ଗଡଜାତ ଦେବୀ ମା ରକ୍ତାମ୍ବରୀଙ୍କ ମୁଖ୍ୟ ପୂଜକ ଏବଂ ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ମୁଖ୍ୟ ପୂଜକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି ।

ଆସୁଛି ନୂଆଖାଇ, ଖଡ଼ିଆଳ ରାଜ ଦରବାରରେ ପ୍ରସ୍ତୁତି ଚୂଡାନ୍ତ

ତେବେ ଚଳିତ ବର୍ଷ ସେପ୍ଟେମ୍ବର 11 ତାରିଖ ପୂର୍ବାହ୍ନରେ ମଧ୍ୟେ ନୂଆଖାଇ ବା ନବାନ୍ନ ଭକ୍ଷଣ କରିବା ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଥିବା ନେଇ ଯୁବରାଜ ଦେବଦେଵ ସିଂ ଦେଓ ସୂଚନା ଦେଇଛନ୍ତି । ତା ପୂର୍ବରୁ ଅର୍ଥାତ 10 ତାରିଖ ରାତ୍ରିରେ ଗଡ଼ ରକ୍ଷକ ମା ରକ୍ତାମ୍ବରୀ, ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ନେଇ ସୂଚନା ମିଳିଛି । ଏନେଇ ଖଡ଼ିଆଳ ଯୁବରାଜ କଅଣ କହୁଛନ୍ତି ଆସନ୍ତୁ ଶୁଣିବା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated :Aug 28, 2021, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.