ନୂଆଁଖାଇ, ନବାନ୍ନ ଭକ୍ଷଣ ପାଇଁ ସଚେତନ କରିଛନ୍ତି ପିଙ୍ଗଲ ମାଝୀ

author img

By

Published : Aug 24, 2022, 10:06 PM IST

preparation of Nuakhai festival in Nuapada

ଖଡ଼ିଆଳ ବ୍ଲକ ବଣ ପାହାଡ଼ ଘେରା ଦୁର୍ଗମ ମହୁଳଝରଣ ଗାଁରେ ଆଦିବାସୀ ମୁଖିଆ ପିଙ୍ଗଲ ମାଝୀ ପାହାଡ଼ି ଇଲାକାର ଗାଁ ଗଣ୍ଡାକୁ ଯାଇ ନବାନ୍ନ ଭକ୍ଷଣ କରିବାପାଇଁ ସଚେତନ ସୃଷ୍ଟି କରୁଛନ୍ତି । ଅଧିକ ପଢନ୍ତୁ

ନୂଆପଡା: ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ନୂଆପଡା ଜିଲ୍ଲା । ସବୁଠି ଉତ୍ସାହର ମାହୋଲ । ଏ ପର୍ବ ଲୋକଙ୍କ ଭାବାବେଗ ସହ କାହିଁ କେଉ କାଳରୁ ଜଡିତ । ଅନ୍ୟ ପର୍ବପର୍ବାଣୀ ଠାରୁ ନୂଆଖାଇ ପରମ୍ପରା ଟିକେ ନିଆରା। ନୂଆଖାଇ ଯେତିକି ପାଖେଇ ଆସୁଛି ପୁରପଲ୍ଲୀରେ ଲୋକଙ୍କ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି । ତେବେ ଖଡିଆଳ ବ୍ଲକ ବଣ ପାହାଡ଼ ଘେରା ଦୁର୍ଗମ ମହୁଳଝରଣ ଗାଁରେ ମଧ୍ୟ ନୂଆଖାଇର ବେଶ ପ୍ରଭାବ ଦେଖା ଦେଇଛି ।

ନୂଆଁଖାଇ, ନବାନ୍ନ ଭକ୍ଷଣ ପାଇଁ ସଚେତନ କରିଛନ୍ତି ପିଙ୍ଗଲ ମାଝୀ

ତେବେ ମହୁଳଝରଣ ଗାଁ ର ବିପ୍ଳବୀ ଆଦିବାସୀ ମୁଖିଆ ପିଙ୍ଗଲ ମାଝୀ ପାହାଡ଼ି ଇଲାକାର ଗାଁ ଗଣ୍ଡାକୁ ଯାଇ ସ୍ବରଚିତ ଗୀତ ନୃତ୍ୟ ଜରିଆରେ ଲୋକଙ୍କୁ ବୁଝାଉଛନ୍ତି । ଏଥିସହ ପଶ୍ଚିମ ଓଡ଼ିଶାର ଲୋକଗୀତ ଡାଲଖାଇ- ରସରକେଲି-ଜାଇଫୁଲ ଗୀତର ବାସ୍ନାରେ ମହକାଇ ଦେଉଛନ୍ତି ଗାଁ ଗଣ୍ଡା । ଗୀତ ଶୁଣି ନୃତ୍ୟ ଦେଖି ଲୋକେବି ପିଙ୍ଗଲ ମାଝୀଙ୍କୁ ବେଶ ଗ୍ରହଣ କରୁଛନ୍ତି । ତେବେ ରାଗ ରୋଷ ମାନ ଅଭିମାନ ଭୁଲିଯାଇ ସମସ୍ତେ ଏକାଠି ହୋଇ ନୂଆଖାଇ ବା ନବାନ୍ନ ଭକ୍ଷଣ କରିବାପାଇଁ ସଚେତନ ସୃଷ୍ଟି କରୁଛନ୍ତି ମହୁଳଝରଣ ଗାଁର ପିଙ୍ଗଲ ମାଝୀ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.