ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହେଲେ ସାତ ଜନ୍ମର ସାଥି

author img

By

Published : Sep 7, 2022, 6:53 PM IST

ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ

ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହେଲେ ସାତ ଜନ୍ମର ସାଥି । ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିବାହ ବନ୍ଧନରେ ବାନ୍ଧି ହେଲେ ମାଓ ସଙ୍ଗଠନର ପ୍ରେମୀ ଯୁଗଳ । ଯେଉଁ ହାତରେ ଦିନେ ବନ୍ଧୁକ ବାରୁଦ ସହ କାମ କରୁଥିଲେ ସେ ହାତରେ ଆଜି ବରଣମାଳ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୂଆପଡାର ମାଓ ଦମ୍ପତି । ଅଧିକ ପଢନ୍ତୁ

ନୂଆପଡା: ବାଜା ବଜେଇ ନାଚଗୀତରେ ମସଗୁଲ ହୋଇ ଆସୁଛନ୍ତି ବରଯାତ୍ରୀ । ପଛରେ ପଛରେ କାରରେ ବସି ଆସୁଛି ବର । ସେପଟେ ଆଖିରେ ଆଖିଏ ସ୍ବପ୍ନ ନେଇ ବୋହୂ ବେଶରେ ସଜେଇ ହୋଇ ଅପେକ୍ଷା କରିଛି କନିଆ । ଏହା କୌଣସି ସାଧାରଣ ବାହାଘର ନୁହେଁ । ଦୁର୍ଦ୍ଦାନ୍ତ ମାଓ ସଂଗଠନର ପ୍ରେମୀଯୁଗଳଙ୍କ ବିବାହ ଉତ୍ସବ ।

ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ

ସମୟ ବଦଳିବା ସହ ବଦଳିଛି ମାଓ ପ୍ରବଣ ଜିଲ୍ଲାର ଚିତ୍ର । ଯେଉଁ ଯୁବକ ଯୁବତୀ ଦିନେ ନିଜ ଜୀବନକୁ ବାଜି ଲଗାଇବା ସହ ଅନ୍ୟର ଜୀବନ ନେବାକୁ ପଛାଉ ନଥିଲେ, ସେମାନେ ଆଜି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିବାହ ବନ୍ଧନରେ ବାନ୍ଧି ହେଲେ ମାଓ ସଙ୍ଗଠନର ପ୍ରେମୀ ଯୁଗଳ । ଯେଉଁ ହାତରେ ଦିନେ ବନ୍ଧୁକ ବାରୁଦ ସହ କାମ କରୁଥିଲେ ସେ ହାତରେ ଆଜି ବରଣମାଳ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୂଆପଡାର ମାଓ ଦମ୍ପତି । ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହେଲେ ସାତ ଜନ୍ମର ସାଥି ।

ମାଓବାଦୀଙ୍କୁ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଯୋଜନା । ଏହି ଯୋଜନାରେ ନୂଆପଡା ପୋଲିସ ପକ୍ଷରୁ ଆୟୋଜନ କରାଯାଇଛି ଏହି ବିବାହ ଉତ୍ସବ (Police Arrange Marriage of Surrender Maoist)। ମାଓନୀତି ଓ ଅସ୍ତ୍ରଶସ୍ତ୍ରକୁ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଡେନ ବ୍ଲକ କନ୍ଦିଆନ ଝରଣ ଗାଁର ମାଧୁରି ଏବଂ ଛତିଶଗଡ଼ ରାଜ୍ୟର ପିଣ୍ଟୁ । ମାଓ ସଂଗଠନରେ କାମ କରୁଥିବା ବେଳେ ଉଭୟେ ଉଭୟଙ୍କୁ ଭଲପାଇ ବସିଥିଲେ । ସ୍ଥିର କରିଥିଲେ ହିଂସା ଛାଡ଼ି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଥିଲେ ଉଭୟେ । ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁସ ଦିବାକରଙ୍କ ଉଦ୍ୟମରେ ଆତ୍ମସମର୍ପଣକାରୀ ମାଓବାଦୀ ପିଣ୍ଟୁ, ମାଧୁରୀର ବିବାହ ସ୍ଥାନୀୟ ପୋଲିସ ବାରାକରେ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ମାଓବାଦୀ ଦମ୍ପତିଙ୍କ ଏହି ନିଆରା ବିବାହ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ଯୋଗଦେଇ ମାଓ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Maoist Couple Ties knot: ଲାଲଗଡରେ ପ୍ରେମ, ପୋଲିସ ଷ୍ଟେସନରେ ବିବାହ

ଖବର ଅନୁସାରେ, ନୂଆପଡା ମେନପୁର ମାଓ ସଂଗଠନରେ ନୂଆପଡ଼ା ଜିଲ୍ଲାର ବଣପାହାଡ଼ ଘେରା ବୋଡେନ ବ୍ଲକ କନ୍ଦିଆନ ଝରଣ ଗାଁର ମାଧୁରି ଏବଂ ଛତିଶଗଡ଼ ରାଜ୍ୟର ପିଣ୍ଟୁ ନାମକ ମାଓବାଦୀ ଦୀର୍ଘ ବର୍ଷରୁ ମାଓ ସଙ୍ଗଠନରେ କାମକରି ଆସୁଥିଲା । କିଛିଦିନ ଆଗରୁ ଏହି ଦୁଇ ପ୍ରେମୀ ଯୁଗଳ ମାଓବାଦୀ ନୂଆପଡା SPଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ହିଂସା ଛାଡି ଅହିଂସା ମାର୍ଗରେ ରହି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଅନୁରୋଧ କରିଥିଲେ । ଏହାପରେ ନୂଆପଡା SPଙ୍କ ଉଦ୍ୟମରେ ଆଜି(ବୁଧବାର) ଉଭୟ ମାଓବାଦୀଙ୍କୁ ବାଜା ସହ ଭୋଜିଭାତର ଆୟୋଜନ କରି ବିବାହ ସମ୍ପନ୍ନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ, ପୋଲିସ କର୍ମଚାରୀ, CRPF, SOG ଯବାନ ବିବାହ କାର୍ଯ୍ୟରେ ଯୋଗଦେଇଥିଲେ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.