ଯୁବତୀଙ୍କୁ ମିଳିଲା କୃତ୍ରିମ ହାତ, ମାୟୋ ଇଲେକ୍ଟ୍ରିକ ହ୍ୟାଣ୍ଡ ପାଇଁ ନିବେଦନ

author img

By

Published : Sep 5, 2021, 2:01 PM IST

ହାତ ନଥିବା ଯୁବତୀଙ୍କୁ ମାୟୋ ଇଲେକ୍ଟ୍ରିକ ହ୍ୟାଣ୍ଡ ପାଇଁ ନିବେଦନ

ଜନ୍ମରୁ 2 ଟି ଯାକ ହାତ ନଥିବା ନୂଆପଡାର ବେଦ କୁମାରୀଙ୍କୁ ସମ୍ବଲପୁର ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଠାରେ 2 ଟି କୃତ୍ରିମ ହାତ ପ୍ରଦାନ । ମାୟୋ ଇଲେକ୍ଟ୍ରିକ ହ୍ୟାଣ୍ଡ ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ । ଅଧିକ ପଢନ୍ତୁ...

ସମ୍ବଲପୁର: ଜନ୍ମରୁ 2 ଟି ଯାକ ହାତ ନଥିବା ନୂଆପଡାର ବେଦ କୁମାରୀଙ୍କୁ ସମ୍ବଲପୁର ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଠାରେ 2 ଟି କୃତ୍ରିମ ହାତ ପ୍ରଦାନ କରାଯାଇଛି । ଜିଲ୍ଲାର ଆଞ୍ଚଳିକ ପୁନର୍ବାସ କେନ୍ଦ୍ରର ଅଧିକାରୀ ରବୀନ୍ଦ୍ରନାଥ ଶତପଥୀ ଓ ଇଞ୍ଜିନିୟର ସଚ୍ଚିଦାନନ୍ଦ ଖୁଣ୍ଟିଆଙ୍କ ଉଦ୍ୟମ କ୍ରମେ ନୂଆପଡା DSSO ଙ୍କ ସହ ଯୋଗାଯୋଗ କରାଯାଇ ବେଦ କୁମାରୀଙ୍କୁ 2 ଟି କୃତ୍ରିମ ହାତ ପ୍ରଦାନ କରାଯାଇଛି । ଏହା ଦ୍ୱାରା ଯୁବତୀଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି ସତ, ମାତ୍ର ସେ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇନାହାନ୍ତି ।

ହାତ ନଥିବା ଯୁବତୀଙ୍କୁ ମାୟୋ ଇଲେକ୍ଟ୍ରିକ ହ୍ୟାଣ୍ଡ ପାଇଁ ନିବେଦନ

ସବୁ ପ୍ରକାର କାର୍ଯ୍ୟ କରିବାକୁ ହେଲେ ତାଙ୍କୁ ଦରକାର ମାୟୋ ଇଲେକ୍ଟ୍ରିକ ହ୍ୟାଣ୍ଡ, ଯାହା ବ୍ୟୟ ବହୁଳ । ଏହି ହାତ ଲାଗାଇବାକୁ ହେଲେ ନୂଆପଡା ଜିଲ୍ଲା ପ୍ରଶାସନର ସହାୟତା ଓ ଆଗ୍ରହ ଦରକାର । ଅନ୍ୟପଟେ ବାକି ସବୁ କାର୍ଯ୍ୟ ସମ୍ବଲପୁର ଆଞ୍ଚଳିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କରି ମାୟୋ ଇଲେକ୍ଟ୍ରିକ ହ୍ୟାଣ୍ଡ ଲଗାଇଦେବ ବୋଲି ଅଧିକାରୀ ରବୀନ୍ଦ୍ରନାଥ ଶତପଥୀ କହିଛନ୍ତି ।

ତେବେ ବେଦ କୁମାରୀ ହେଉଛନ୍ତି ନୂଆପଡା ଜିଲ୍ଲା ଲିମଡ଼ିହି ଗାଁର ମାନସିଂ ସାହୁଙ୍କ ଝିଅ । ତାଙ୍କୁ ଏବେ ୨୨ ବର୍ଷ । ୨ ଟି ହାତ ନଥିଲେ ମଧ୍ୟ ସେ ଗୋଡରେ ସବୁ କାମ କରନ୍ତି । ବର୍ତ୍ତମାନ ସେ କୃତ୍ରିମ ହାତ ପାଇ ସୁନ୍ଦର ହୋଇଯାଇଛନ୍ତି ସତ, ହେଲେ ସବୁ କାମ କରିବା ପାଇଁ ତାଙ୍କୁ ଦରକାର ମାୟୋ ଇଲେକ୍ଟ୍ରି ହ୍ୟାଣ୍ଡ । ନୂଆପଡା ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇ ବେଦ କୁମାରୀଙ୍କୁ ନୂଆ ଜୀବନ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.