ଗହ୍ମା ପୂର୍ଣ୍ଣିମାରେ ପ୍ରଥମେ ନୂଆ ଖାଇ ‘ନୂଆଖାଇ’ ପାଳିଲେ ମହିମା ଧର୍ମାଲମ୍ବୀ

author img

By

Published : Aug 22, 2021, 7:37 PM IST

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଳା ଗ୍ରାମ ଅଲେଖ ମହିମା ପୀଠରେ ମୁଖ୍ୟ ପରିଚାଳକ ଲଛମନ ଅନ୍ଧମଣି ବାବାଙ୍କ ବଳିଷ୍ଠ ଉଦ୍ୟମରେ ପ୍ରଥମ ନୂଆଖାଇ ବା ନବାନ୍ନ ଭକ୍ଷଣ ଯଥା ରୀତିନିତିରେ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

ନୂଆପଡା: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବା ନବାରନ୍ନ ଭକ୍ଷଣ ସାଧାରଣତଃ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଧୁମଧାମସହ ପଶ୍ଚିମ ଓଡ଼ିଶା ବାସୀ ପାଳନ କରିଥାନ୍ତି । ହେଲେ ଶ୍ରାବଣ ମାସ ଗହ୍ମା ପୂର୍ଣ୍ଣିମା ପବିତ୍ର ରକ୍ଷା ବନ୍ଧନ ଦିନ ଅଲେଖ ମହିମା ଧର୍ମାମ୍ବଳୀ ସାଧୁସନ୍ଥ ପ୍ରଥମ କରି ନୂଆଖାଇ ବା ନବାନ୍ନ ଭକ୍ଷଣ ପାଳନ କରିଛନ୍ତି । ଯାହାକି ନୂଆପଡା ଜିଲ୍ଲାରେ ପ୍ରଥମ ନୂଆଖାଇ ବୋଲି କୁହାଯାଏ ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଳା ଗ୍ରାମ ଅଲେଖ ମହିମା ପୀଠରେ ମୁଖ୍ୟ ପରିଚାଳକ ଲଛମନ ଅନ୍ଧମଣି ବାବାଙ୍କ ବଳିଷ୍ଠ ଉଦ୍ୟମରେ ପ୍ରଥମ ନୂଆଖାଇ ବା ନବାନ୍ନ ଭକ୍ଷଣ ଯଥାରୀତିନିତିରେ ପାଳିତ ହୋଇଯାଇଛି । ଯାହାକି ନୂଆପଡା ଜିଲ୍ଲାରେ ପ୍ରଥମ ନୂଆଖାଇ ବୋଲି କୁହାଯାଏ । ଅଲେଖ ମହିମା ଧର୍ମାଲମ୍ବୀ ସାଧୁସନ୍ଥ ତ୍ୟାଗୀ ଯୋଗୀ ଋଷି ପ୍ରାତଃରୁ ନିତ୍ୟକର୍ମ ସାରି ସୁସ୍ବାଦିଷ୍ଟ ପିଠାପଣା ଖିରିଖିଚିଡି ଖାଦ୍ୟ ପ୍ରସ୍ତୁତ କରିଛନ୍ତି । ଏହାପରେ ସମୂହ ଏକାଠି ବସି ନୂଆଖାଇ ବା ନବାନ୍ନ ଭକ୍ଷଣ କରିଛନ୍ତି । ପରେ ପରସ୍ପରକୁ ଜୁହାର ଭେଟ ହୋଇ ବାବାଙ୍କ ଠାରୁ ଆଶିର୍ବାଦ କାମନା କରିଛନ୍ତି ।

ନବାନ୍ନ ଭକ୍ଷଣ ପରେ ବାବାମାନେ ଏକତ୍ରିତ ହୋଇ ପାରମ୍ପାରିକ ଖଞ୍ଜଣି ବାଦ୍ୟ ବଜାଇ ପ୍ରକମ୍ପିତ କରିଛନ୍ତି ମହିମା ପୀଠକୁ । ମହିମା ଧର୍ମ ଗୀତ ଗାଇ ମନୋରଞ୍ଜନ କରି ତମାମ ଶ୍ରଦ୍ଧାଳୁଙ୍କୁ ଖୁସି ଦେଇଛନ୍ତି । 64 ସିଦ୍ଧ ଅନନ୍ତ କୋଟି ସାଧୁ ସନ୍ଥ ମାନକ ଆଜ୍ଞା ପାଳନ କରି ପ୍ରତିବର୍ଷ ଗହ୍ମାପୁର୍ଣ୍ଣିମା ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ନୂଆଖାଇ ବା ନବାନ୍ନ ଭକ୍ଷଣ କରିବା ପରମ୍ପରା ରହିଥିବା ସାଧୁସନ୍ଥ ପ୍ରକାଶ କରିଛନ୍ତି । ବିଶ୍ୱ କଲ୍ୟାଣ ନିମିତ୍ତ ଆଜିର ପବିତ୍ର ଦିନରେ ମହାମାରୀ କୋଭିଡ ଦୁରେଇ ଯାଉ ବୋଲି ସମୂହ ସାଧୁସନ୍ଥ ପ୍ରାର୍ଥନା କରିଛନ୍ତି । ଅଲେଖ ମହିମା ଧର୍ମର ନୂଆଖାଇକୁ ଦେଖିବା ପାଇଁ ବହୁ ଦୂରଦୁରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.