ଦେଶ ପାଳୁଛି ସ୍ବାଧୀନତା ଦିବସ, ବାଦିଗାଁରେ ରଶି ଲଗାଇ ଝୁଲି ପଡିଲେ ମାଆ ପୁଅ

author img

By

Published : Aug 15, 2022, 12:45 PM IST

ବାଦି ଗାଁରେ ଅଭାବନୀୟ ଘଟଣା, ରଶି ଲଗାଇ ଆତ୍ମହତ୍ୟା କଲେ ମାଆପୁଅ, କାରଣ ଅସ୍ପଷ୍ଟ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବାଦିଗାଁରେ ଅଭାବନୀୟ ଘଟଣା । ଗଛରେ ରଶି ଲଗାଇ ଆତ୍ମହତ୍ୟା କଲେ ମାଆ ପୁଅ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।

ନୂଆପଡା: ଦେଶ ପାଳୁଛି 76ତମ ସ୍ବାଧୀନତା ଦିବସ । ଏନେଇ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ସବୁଠି ଆନନ୍ଦ ଉତ୍ସବର ମାହୋଲ । ହେଲେ ଏହାରି ଭିତରେ ନୂଆପଡାରୁ ଆସିଛି ଏକ ଦୁଃଖଦ ଖବର । ଖଡ଼ିଆଳ ଥାନା ବାଦିଗାଁ ମାଆ ପୁଅ ଆତ୍ମହତ୍ୟା କରିଛନ୍ତି । ଯାହାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।

ବାଦି ଗାଁରେ ଅଭାବନୀୟ ଘଟଣା, ରଶି ଲଗାଇ ଆତ୍ମହତ୍ୟା କଲେ ମାଆପୁଅ, କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ,ଖଡ଼ିଆଳ ଥାନା ଅନ୍ତର୍ଗତ ବାଦି ଗାଁରେ ରୁହନ୍ତି ଆଶିଷ(୩୨)ଙ୍କ ସହ ତାଙ୍କ ମାଆ । ଦୀର୍ଘ ବର୍ଷ ହେବ ଗାଁର କୁନୁ କୈବର୍ତ୍ତଙ୍କ ଘରେ ଭଡ଼ାଟିଆ ଭାବେ ରହି ଆସୁଥିଲେ । ହେଲେ କୌଣସି କାରଣରୁ ବିଳମ୍ବିତ ରାତିରେ ଉଭୟ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.