ଚାଷ ସମସ୍ୟା ନେଇ ନୂଆପଡାରେ ଚାଷୀ ବଞ୍ଚାଓ ପଦଯାତ୍ରା

author img

By

Published : Sep 2, 2021, 10:07 PM IST

ଚାଷ ସମସ୍ୟା ନେଇ ନୂଆପଡାରେ ଚାଷୀ ବଞ୍ଚାଓ ପଦଯାତ୍ରା

ନୂଆପଡା ଜିଲ୍ଲାରେ ବିଭିନ୍ନ ଚାଷୀ ସମସ୍ୟା ନେଇ ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦର ଚାଷୀ ବଞ୍ଚାଓ ପଦଯାତ୍ରା । ଅଧିକ ପଢନ୍ତୁ...

ନୂଆପଡା: ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ନୂଆପଡା ଜିଲ୍ଲାରେ ଚାଷ ଉଜୁଡି ଯାଇଛି । ଏ ଯାଏଁ ରୁଆଁ ବେଉଷଣ ହୋଇ ପାରିନଥିବାବେଳେ ଚିନ୍ତାରେ ଭାଙ୍ଗି ପଡିଛନ୍ତି ଚାଷୀକୂଳ । ସେହିପରି ସାରର ଅଭାବୀ ବିକ୍ରି ଚାଷୀ ସମସ୍ୟା ଦ୍ବିଗୁଣିତ କରିଛି । ଜିଲ୍ଲାରେ କପା ଓ ମକା ଚାଷ ମଧ୍ୟ ବେଶ୍ କ୍ଷତିଗ୍ରସ୍ତ ହୋଇଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସରକାର ତୁରନ୍ତ ନୂଆପଡାକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରନ୍ତୁ ଏବଂ ସାରର ଅଭାବୀ ବିକ୍ରି ଦୂର କରନ୍ତୁ ବୋଲି ଦାବି କରିଛି ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ । ଏହି ପରିପ୍ରେକ୍ଷୀରେ ଗୁରୁବାର ସଙ୍ଘ ପକ୍ଷରୁ ଚାଷୀ ବଞ୍ଚାଓ ପଦଯାତ୍ରା କରାଯାଇଛି । ଏଥିରେ ଶତାଧିକ କ୍ଷତିଗ୍ରସ୍ତ ଚାଷୀ ସାମିଲ ହୋଇଛନ୍ତି ।

ଚାଷ ସମସ୍ୟା ନେଇ ନୂଆପଡାରେ ଚାଷୀ ବଞ୍ଚାଓ ପଦଯାତ୍ରା

କ୍ଷତିଗ୍ରସ୍ତ କୋମନା ବ୍ଲକ କୁରୁମପୁରୀ ଠାରୁ ପଦଯାତ୍ରାରେ ବାହାରି 353 ଜାତୀୟ ରାଜପଥ ଦେଇ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଛନ୍ତି ଓ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଚାଷୀ ପଦଯାତ୍ରାରେ ସାମିଲ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ପ୍ରତିବାଦ ସଭାରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କୃଷକ ମାରଣା ନୀତି ବିରୁଦ୍ଧରେ ଗର୍ଜିଛନ୍ତି ଚାଷୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.