ଯବାନଙ୍କ ରଣ ହୁଙ୍କାର, ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ବୁଲୁଛନ୍ତି !

author img

By

Published : Sep 9, 2022, 5:19 PM IST

ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ବୁଲୁଛନ୍ତି

ଆଇଆରବି ଯବାନଙ୍କ ଉନ୍ମତ୍ତକାଣ୍ଡ । କାନ୍ଧରେ ଧାରୁଆ ଟାଙ୍ଗିଆ ଧରି ଗାଁ ମଝିରେ ଦେଉଛନ୍ତି ରଣ ହୁଙ୍କାର । ଅବସରପ୍ରାପ୍ତ ଶିକ୍ଷକ ପରିବାର ଭୟଭୀତ । ଅଧିକ ପଢ଼ନ୍ତୁ

ନୂଆପଡା: ଭଲ କରି ଦେଖନ୍ତୁ ଏଦୃଶ୍ୟକୁ । ଯବାନ ଜଣକ ଟାଙ୍ଗିଆ ଧରି ରାସ୍ତାରେ ପଇଁନ୍ତରା ମାରୁଛନ୍ତି । କୌଣସି ସୀମାନ୍ତ ଅଞ୍ଚଳରେ ପହରା ଦେଉନାହାନ୍ତି ଏହି ଯବାନ ଜଣକ । ବରଂ ଛୁଟିରେ ନିଜ ଗାଁକୁ ଆସି ଗାଁ ଦାଣ୍ଡରେ ଏଭଳି ପଇଁତରା ମାରୁଛନ୍ତି । ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କାହାକୁ ମାରି ଦେବାକୁ ଧମକ ଦେଉଛନ୍ତି । ବାରଂବାର ଏପଟରୁ ସେପଟକୁ ବୁଲୁଛନ୍ତି ଆଉ ଚିତ୍କାର କରି କହୁଛନ୍ତି ମାରି ଦେବି ହାଣି ଦେବି । ଏଭଳି ଏକ ଅଭାବନୀୟ ଘଟଣା ଗତକିଛି ଦିନ ହେଲା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଗୁଡ଼ଭେଳି ଗ୍ରାମରେ । ଆଉ ଏହି ଯବାନ ଜଣକ ହେଉଛନ୍ତି ଗୁଡଭେଳି ଗ୍ରାମର ଦ୍ରୋଣ ଶବରଙ୍କ ପୁଅ ଯଶୋବନ୍ତ ଶବର ।

ଯବାନଙ୍କ ରଣ ହୁଙ୍କାର, ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ବୁଲୁଛନ୍ତି

ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ଗୁଡଭେଳି ଗ୍ରାମର ଦ୍ରୋଣ ଶବରଙ୍କ ପୁଅ ଯଶୋବନ୍ତ ଶବର ଆଇଆରବି ବାଟାଲିୟନ ଯବାନ ଭାବେ କାମ କରନ୍ତି । ନୂଆଁଖାଇ ପୂର୍ବରୁ ଛୁଟି ନେଇ ଗାଁକୁ ଆସିଛନ୍ତି । ହେଲେ ଏହି ଯବାନ ଜଣକ ଗତ କିଛିଦିନ ହେଲା ଗାଁରେ ଆତଙ୍କ ମଚାଉଛନ୍ତି । ସକାଳୁ ସକାଳୁ ଯବାନ ପୋଷାକ ପିନ୍ଧି ହାତରେ ଏକ ଧାରୁଆ ଟାଙ୍ଗିଆ ଧରି ଗାଁ ଦାଣ୍ଡରେ ବୁଲୁଛନ୍ତି । କାନ୍ଧରେ ଟାଙ୍ଗିଆ ରଖି ଗାଁର ଏମୁଣ୍ଡରୁ ସେମୁଣ୍ଡକୁ ବୁଲୁଛନ୍ତି, ଗାଁ ମଝିରେ ରଣ ହୁଙ୍କାର ଦେଉଛନ୍ତି । ଚିତ୍କାର କରି କରି ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ମାରିଦେବି ହାଣିଦେବି କହି ବୁଲୁଛନ୍ତି । ମଝିରେ ମଝିରେ ଗାଁର ଅବସରପ୍ରାପ୍ତ ଶିକ୍ଷକ ନୃପରାଜ ଶବରଙ୍କୁ ହାଣି ଦେବାକୁ ଗାଁ ଦାଣ୍ଡରେ ଗର୍ଜନ ଛାଡୁଛନ୍ତି । ଯବାନଙ୍କ ଏଭଳି ଭୟଙ୍କର ରୂପ ଦେଖି ନୃପରାଜ ଶବରଙ୍କ ପରିବାର ଲୋକେ ଘରେ କବାଟ କିଳି ଲୁଚି ରହିଛନ୍ତି । ହାତରେ ଧାରୁଆ ଟାଙ୍ଗିଆ ଧରି ଯଶୋବନ୍ତ ବୁଲୁଥିବାରୁ ଗାଁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି । କାଳେ କେହି କିଛି କହିଲେ ଯବାନ ଜଣକ କିଛି ଅଘଟଣ ଘଟାଇଦେବେ ସେନେଇ କେହି ତାଙ୍କୁ ଆକଟ କରିବା ତ ଦୂରର କଥା କିଛି କହିବା ପାଇଁ ମଧ୍ୟ ସାହାସ କରୁନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖି ଗାଁ ଲୋକେ ନିର୍ବାକ ହୋଇ ଯାଇଛନ୍ତି ।

ଗୁଡଭେଳି ଗ୍ରାମର ଦ୍ରୋଣ ଶବରଙ୍କ ପୁଅ ଯଶୋବନ୍ତ ଶବର 2018 ମସିହାରୁ ଇଣ୍ଡିଆନ 5Th ରିଜର୍ଭ ବାଟାଲିୟନରେ ଯୋଗଦେଇ ଦେଶ ମାତୃକାର ସେବା କରୁଛନ୍ତି । ଦେଶର ତଥା ଦେଶବାସୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟରତ ଥିବା ଏହି ଯବାନ ଜଣକ ଏବେ ଗାଁ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି । ଦିନେ ଗାଁର ଏହି ଯବାନ ପୁଅ ଯଶୋବନ୍ତ ଶବରଙ୍କୁ ଦେଖି ଗାଁ ଲୋକେ ଗର୍ବ କରୁଥିଲେ ଆଜି ତାଙ୍କୁ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି । ସୁରକ୍ଷା ଦେବା ପରିବର୍ତ୍ତେ କାନ୍ଧରେ ଧାରୁଆ ଟାଙ୍ଗିଆ ଧରି ଗାଁ ଦାଣ୍ଡରେ ରଣ ହୁଙ୍କାର ଦେଉଛନ୍ତି ଯଶୋବନ୍ତ । ଗାଁର ଅବସରପ୍ରାପ୍ତ ଶିକ୍ଷକ ନୃପରାଜ ଶବରଙ୍କୁ ହାଣି ଦେବାକୁ ଗାଁ ଦାଣ୍ଡରେ ଗର୍ଜନ ଛାଡୁଛନ୍ତି । ଏନେଇ ଜାଣିବା ପରେ ଅବସରପ୍ରାପ୍ତ ଶିକ୍ଷକ ନୃପରାଜ ଶବର ଏବଂ ତାଙ୍କ ପରିବାର ଲୋକେ କବାଟ ବନ୍ଦକରି ଘରେ ଲୁଚି ରହିଛନ୍ତି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କେଉଁ କାରଣକୁ କେନ୍ଦ୍ର କରି ଯବାନ ଜଣଙ୍କ ନୃପରାଜ ଶବରଙ୍କୁ ହାଣିବା ପାଇଁ ଚାହୁଁଛନ୍ତି ସେନେଇ କିଛି ସ୍ପଷ୍ଟ ଭାବେ କହୁନାହାନ୍ତି ଯଶୋବନ୍ତ । କି କାହାଠାରୁ ମଧ୍ୟ ଏନେଇ କିଛି ସୂଚନା ମିଳିପାରିନାହିଁ । ଏପରିକି କେଉଁ କାରଣରୁ ତାଙ୍କୁ ହାଣିବାକୁ କହୁଛନ୍ତି ଯଶୋବନ୍ତ ସେନେଇ ମଧ୍ୟ କିଛି ଜାଣିନାହାନ୍ତି ନୃପରାଜ ଶବର । ହେଲେ ଯଶୋବନ୍ତଙ୍କ ଏଭଳି ଚିତ୍କାର ଓ ଭୟଙ୍କ ରୂପ ଦେଖି ଭୟଭୀତ ହୋଇଯାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ନୃପରାଜ ଶବର ଏବଂ ତାଙ୍କ ପରିବାର । ଶେଷରେ ସେ ବାଧ୍ୟ ହୋଇ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯବାନ ଯଶୋବନ୍ତ ଟାଙ୍ଗିଆ ଧରି ବୁଲିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.