ଭଙ୍ଗା କୁଡିଆରେ ବିତୁଛି ଜୀବନ, ପ୍ରଶାସନର ନାହିଁ ନଜର

author img

By

Published : Aug 7, 2021, 7:44 PM IST

ଭଙ୍ଗା କୁଡିଆରେ ବିତୁଛି ଜୀବନ, ପ୍ରଶାସନର ନାହିଁ ନଜର

ଭଙ୍ଗା, ଦଦରା କୁଡିଆରେ ଦିନ ବିତାଉଛନ୍ତି ବାପା-ମାଆ, ଛୁଆ ତିନି କୁଟୁମ୍ବ । ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ । ଘର ଖଣ୍ଡିଏ ପାଇଁ ୫ ବର୍ଷ ନିବେଦନ ପରେ ବି କେହି ଶୁଣୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

ନୂଆପଡା: ଜନ୍ମ ଠୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ମାଳ ମାଳ ଯୋଜନା । ଜନ ସାଧାରଣଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ଠୁ କେନ୍ଦ୍ର ସରକାର କେବଳ ଯୋଜନା ପରେ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଏସବୁ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋକପଦର ଗାଁରେ । ଭଙ୍ଗା ଦଦରା ଘରେ ସ୍ତ୍ରୀ ଛୁଆ-ପିଲାଙ୍କୁ ନେଇ ବହୁ କଷ୍ଟରେ ଦିନ ବିତାଉଛନ୍ତି ଗ୍ରାମର କାହ୍ନୁ ମାଝୀ ।

ଭଙ୍ଗା କୁଡିଆରେ ବିତୁଛି ଜୀବନ, ପ୍ରଶାସନର ନାହିଁ ନଜର

ନୂଆପଡା ସଦର ମହକୁମା ଠାରୁ ଦୀର୍ଘ ୧୧୫ କିଲୋମିଟର ଦୂର ଲିଟିଗୁଡା ଗ୍ରାମ ପଞ୍ଚାୟତରେ ଅବସ୍ଥିତ କୋକପଦର ଗାଁ । ଗାଁରେ ବାସ କରନ୍ତି କାହ୍ନୁ ମାଝୀ ଏବଂ ତାଙ୍କ ସ୍ତ୍ରୀ ଓ ପୁଅ । ଉଭୟ ଦମ୍ପତି ପରଘରେ ମୂଲ ଲାଗିଲେ ଚୁଲି ଜଳେ । କିନ୍ତୁ ଦୁଃଖର ବିଷୟ ଗତ ୨୦୧୭ ମସିହାରେ ଲଗାଣ ବର୍ଷା ଯୋଗୁଁ କାହ୍ନୁଙ୍କ ଘର ଭାଙ୍ଗି ଯାଇଛି । ଆଉ ସେବେ ଠାରୁ ଖରା, ବର୍ଷା, ଶୀତ କାକରରେ ଦିନ ବିତାଉଛନ୍ତି କାହ୍ନୁଙ୍କ ପରିବାର ।

ପକ୍କା ଘର ଖଣ୍ଡିକ ପାଇଁ ଦୀର୍ଘ 5 ବର୍ଷ ହେଲା କାହ୍ନୁ ମାଝୀ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ଗୁହାରି କରି ନୟାନ୍ତ ହେଲେଣି । ଆଜି କାଲି ହୋଇ ଯିବ ବୋଲି ସରପଞ୍ଚ ଗ୍ରାମପଞ୍ଚାୟତ ଅଧିକାରୀ କାହ୍ନୁଙ୍କୁ କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି । ଏପଟେ ଭଙ୍ଗାରୁଜା ଚାଳ ଛପର କୁଡ଼ିଆ ଘରେ ବିଷଧର ସାପ,ବିଛା, ଭାଲୁ ଭଳି ବନ୍ୟଜନ୍ତୁ ଭୟରେ କାହ୍ନୁଙ୍କ ପରିବାର ଦିନ କାଟୁଛନ୍ତି । ବାସଗ୍ରୁହ ନିର୍ମାଣ ପାଇଁ ପାଖରେ ସମ୍ବଳ ନଥିବାରୁ ସରକାରଙ୍କ ଆଶା ଭରସା ଅପେକ୍ଷାରେ ରହିଛନ୍ତି କାହ୍ନୁ ମାଝୀ । ଏନେଇ ବିଡିଓଙ୍କୁ ପଚାରିବାରୁ ଚଳିତ ମାସ ଶେଷ ସୁଦ୍ଧା କାହ୍ନୁଙ୍କୁ ଘର ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.