ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ସଦସ୍ୟ ଗୁରୁତର

author img

By

Published : Aug 22, 2022, 6:15 PM IST

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଗୁରୁତର

ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଲିଟିଗୁଡା ଗାଁରେ ଅଘଟଣ । ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଗୁରୁତର । ଅଧିକ ପଢନ୍ତୁ

ନୂଆପଡା: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ସଦସ୍ୟ ଗୁରୁତର । ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଲିଟିଗୁଡା ଗାଁରେ ଘଟିଛି ଅଘଟଣ । ବିଷାକ୍ତ ଛତୁ ଖାଇ ଗୁରୁତର ହେବାପରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ଲିଟିଗୁଡା ଗାଁର କମଲେଶ ରଣା, ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ, ଦୁଇ ଝିଅ ବୋଲି ଜଣାପଡିଛି । ଗୁରୁତରମାନଙ୍କୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟରେ ଚିକିତ୍ସା କରାଯାଉଛି ।

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଗୁରୁତର

ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବ ବୋଲି ଚିକିତ୍ସା ଦାଇତ୍ଵରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, "ଗୋଟିଏ ପରିବାରର ୫ ଜଣ ସଦସ୍ୟ ଆଜି ହସ୍ପିଟାଲରେ ପହଞ୍ଚିଲେ । ସେତେବେଳେ ସାମାନଙ୍କୁ ଝାଡା ଓ ବାନ୍ତି ହେଉଥିଲା । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେମାନଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଯଦି ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୁଏ ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବ ।"

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.