ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

author img

By

Published : Sep 6, 2021, 10:54 PM IST

ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ଦେଖାଦେଇଛି ମରୁଡି ସମସ୍ୟା । ଏନେଇ ବିଭିନ୍ନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଅଧିକ ପଢନ୍ତୁ...

ନୂଆପଡା: ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅଧିନ ଖାସବାହାଲ, ଦୋହେଲପଡା ଗ୍ରାମ ପଞ୍ଚାୟତ କୃଷକ ସଙ୍ଗଠନ ନେତୃତ୍ବରେ ଚାଷୀଙ୍କ ବିଭିନ୍ନ ଦାବି ପୂରଣ ନେଇ 16ନମ୍ବର ରାଜ୍ୟ ରାଜପଥ ଖାସବାହାଲ ଛକଠାରେ ରାସ୍ତା ଅବରୋଧ କରିଛନ୍ତି । ଆଉ ଏନେଇ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ତେବେ 2020 ବର୍ଷ ରାଷ୍ଟ୍ରୀୟ କୃଷି ବୀମା ପ୍ରାପ୍ୟ ଚାଷୀଙ୍କୁ ତୁରନ୍ତ ପ୍ରଦାନ କରାଯାଉ । ନୂଆପଡା ଜିଲ୍ଲାକୁ ମରୁଡି ଘୋଷଣା କରାଯାଉ । କ୍ଷତିଗ୍ରସ୍ତ ଚାଷୀ କୂଳକୁ ଇନପୁଟ ସବସିଡି ପ୍ରଦାନ କରାଯାଉ । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଣି ଖାସବାହାଲ, ଦୋହେଲ ପଡା ଚାଷ ଜମିକୁ ଯୋଗାଇ ଦିଆଯାଉ । ସରଧାପୁର RI ସର୍କଲରୁ ଆଲଗା କରି ଡୁଆଝର RI ସାର୍କଲରେ ସାମିଲ କରାଯାଉ ଆଦି ବିଭିନ୍ନ ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମୂହ ଚାଷୀ ।

ସେପଟେ ଚାଷୀ ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ ସହଯୋଗ କରିଥିବାବେଳେ, ନୂଆପଡା ଜିଲ୍ଲା ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ,ଖଡ଼ିଆଳ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ଚାଷୀଙ୍କ ଦାବିକୁ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଚାଷୀମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.