ସାରର ଅଭାବୀ ବିକ୍ରିକୁ ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରିଲେ ଚାଷୀ

author img

By

Published : Aug 28, 2021, 7:44 AM IST

ଜିଲ୍ଲାରେ ସାରର ଅଭାବୀ ବିକ୍ରିକୁ ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରିଲେ ଚାଷୀ

ଜିଲ୍ଲାରେ ମରୁଡି ସ୍ଥିତିକୁ ନେଇ ଚିନ୍ତାରେ ଚାଷୀ । ସିନାପାଲି ବ୍ଳକକୁ ସମ୍ପୁର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା କରିବା ନେଇ ବିଡିଓଙ୍କୁ ଦେଲେ ଦାବି ପତ୍ର । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲାରେ ତେଜୁଛି ଚାଷୀ ଆନ୍ଦୋଳନ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଅଧିନ ସିନାପାଲି ବ୍ଲକରେ । ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସମେତ ଚାଷୀ ନେତାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ବାହାରି ସିନାପାଲି ବ୍ଳକ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଜିଲ୍ଲାରେ ଅଭାବୀ ବର୍ଷା ଯୋଗୁଁ ସରକାର ସିନାପାଲି ବ୍ଳକକୁ ସମ୍ପୁର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା କରିବା ସହ ରାସାୟନିକ ସାରର ଅଭାବୀ ବିକ୍ରି ବନ୍ଦ କରି ଦୁର୍ନୀତିଗ୍ରସ୍ତ ସାର ବ୍ୟବସାୟୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଆନ୍ଦୋଳନରତ ଚାଷୀ ।

ଜିଲ୍ଲାରେ ସାରର ଅଭାବୀ ବିକ୍ରିକୁ ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରିଲେ ଚାଷୀ

ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସିନାପାଲି ବିଡ଼ିଓଙ୍କ ଜରିଆରେ ଚାଷୀମାନେ ପ୍ରଦାନ କରିଛନ୍ତି । ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ସେପଟେ ଚାଷ ଜମି ଫାଟି ଆଁ କରିଥିବାବେଳେ,ରାସାୟନିକ ସାରର ଘୋର ଅଭାବ ଦେଖାଦେଇଛି । ସରକାର ଚାଷୀଙ୍କୁ ସାର ଯୋଗାଇ ପାରୁନଥିବାବେଳେ, ଦୁର୍ନୀତି ଗ୍ରସ୍ତ ସାର ବ୍ୟବସାୟୀ ମାନେ ଚାଷୀଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁଗୁଣା ଅଧିକ ନେଉଥିବା ଚାଷୀ ନେତାଏଁ ଅଭିଯୋଗ କରିଛନ୍ତି ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.