ଆରପାରିରେ ପୂର୍ବତନ ବିଧାୟକ କପିଳ ନାରାୟଣ ତିଓ୍ବାରୀ

author img

By

Published : Sep 21, 2022, 7:40 PM IST

ଆରପାରିରେ ପୂର୍ବତନ ବିଧାୟକ କପିଳ ନାରାୟଣ ତିଓ୍ବାରୀ

ଆରପାରିରେ ପୂର୍ବତନ ବିଧାୟକ କପିଳ ନାରାୟଣ ତିଓ୍ବାରୀ (EX MLA Kapil Narayan Tiwari Passes away) । ସାରା ରାଜ୍ୟରେ ଆନ୍ଦୋଳନ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଦିବଂଗତ ନେତା କପିଳ ନାରାୟଣ । ଅଧିକ ପଢ଼ନ୍ତୁ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କପିଳ ନାରାୟଣ ତିଓ୍ବାରୀ(୯୩)ଙ୍କ ପରଲୋକ । ଆଜି ଖଡ଼ିଆଳ ସ୍ଥିତ ବାସଭବନରେ ପୂର୍ବତନ ବିଧାୟକଙ୍କ ଦେହାନ୍ତ ହୋଇଯାଇଛି (EX MLA Kapil Narayan Tiwari Passes away)। ଦିବଂଗତ ନେତା 1929 ମସିହା ଜୁନ 14 ତାରିଖରେ ଜନ୍ମ ଗ୍ରହଣ କରିଥିବା ବେଳେ, ଓଡ଼ିଶାର ସପ୍ତମ ବିଧାନସଭାକୁ ସ୍ୱାଧୀନ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ଆରପାରିରେ ପୂର୍ବତନ ବିଧାୟକ କପିଳ ନାରାୟଣ ତିଓ୍ବାରୀ

ଗରିବ, ଖଟିଖିଆ, ମଜଦୂରଙ୍କ ପ୍ରିୟ ନେତା କପିଳ ନାରାୟଣ ତିଓ୍ବାରୀ ଏବେ ଚିର ନିଦ୍ରାରେ । ପୂର୍ବତନ ବିଧାୟକ କପିଳ ନାରାୟଣଙ୍କ ପରଲୋକ ପରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ରାଜନୀତି ପୃଷ୍ଠାରେ ଏକ ଅପୂରଣୀୟ କ୍ଷତି ଘଟିଯାଇଛି । ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଭୋକ ଉପାସରେ ପିଲା ବିକ୍ରି କଥା, ଅନାହାର ମୃତ୍ୟୁ ଘଟଣା, ଦାରିଦ୍ର୍ୟତାରେ ଛଟପଟ ହେଉଥିବା ଫାନସ ପୁଞ୍ଜି କଥାକୁ ନେଇ ବିଶ୍ୱ ଦରବାରରେ ଆଲୋଡନ ସୃଷ୍ଟି କରି ପାରିଥିଲେ ଦିବଂଗତ ନେତା କପିଳ ନାରାୟଣ ତିଓ୍ବାରୀ ।

ସାଧାରଣ ଲୋକଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଥିଲେ ଦିବଂଗତ ନେତା । ଏପରିକି ତତ୍କାଳୀନ ରାଜ୍ୟ ସରକାରଙ୍କୁ "ପାଏନ ପୁଆଲ ପଖାଳ ଦେ ... ନାଇଁ ହେଲେ ଗାଦି ଛାଡି ଦେ" ସ୍ଲୋଗାନ ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଦିବଂଗତ ନେତା କପିଳ ନାରାୟଣ । ଆଜି ତାଙ୍କ ଦେହାନ୍ତରେ ସ୍ତବ୍ଧ ହୋଇଯାଇଛି ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.