ସ୍କୁଲ ଖୋଲିବା ନେଇ ଜୋର ଧରିଲା ଚର୍ଚ୍ଚା, ଅଭିଭାବକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

author img

By

Published : Sep 22, 2021, 9:30 PM IST

ସ୍କୁଲ ଖୋଲିବା ନେଇ ଜୋର ଧରିଲା ଚର୍ଚ୍ଚା, ଅବିଭାବକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଦିନକୁ ଦିନ ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି କୋଭିଡ ସଂକ୍ରମଣ । ସ୍କୁଲ ବନ୍ଦ ରହିବା ଯୋଗୁଁ ଜିଲ୍ଲାର ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବା ନେଇ ଜିଲ୍ଲାର ଅଭିଭାବକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ନୂଆପଡା: କୋଭିଡ ସ୍ଥିତିରେ ସୁଧାର ଆସିଥିଲେ ସୁଦ୍ଧା ବନ୍ଦ ରହିଛି ସ୍କୁଲ । ଏନେଇ ଜିଲ୍ଲାର ସତ୍ୟ ନିଷ୍ଠ ଆଦର୍ଶ ବନ ବିଦ୍ୟାଳୟ ମହର୍ଷି ଆଶ୍ରମର ଆବାହକ କେଶବ ବେହେରାଙ୍କ ସମେତ ଜିଲ୍ଲା ଅଭିଭାବକ ସଙ୍ଘ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସମ୍ମିଳନୀରେ ଅଞ୍ଚଳର ଶିକ୍ଷାବିତ, ଅଭିଭାବକ, ଅଭିଭାବିକା ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷାନୀତିକୁ ସମାଲୋଚନା କରି ରାଜ୍ୟ ଗଣଶିକ୍ଷା ବିରୋଧରେ ଗର୍ଜିଛନ୍ତି । ମହାମାରୀ କୋଭିଡ19 ନାମରେ ସରକାର ଦୀର୍ଘ ଦିନ ଧରି ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରି କୋମଳ ମତି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ କୁଠାରଘାତ କରିଛନ୍ତି ।

ସ୍କୁଲ ଖୋଲିବା ନେଇ ଜୋର ଧରିଲା ଚର୍ଚ୍ଚା, ଅବିଭାବକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଦୀର୍ଘ ଦିନଧରି ବିଦ୍ୟାଳୟରେ ତାଲା ପଡିଥିବାବେଳେ ଛାତ୍ରଛାତ୍ରୀ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା ପରିବର୍ତ୍ତେ ପାଠପଢା ପ୍ରତି ମୁହଁ ଫେରାଇଲେଣି । ତେବେ ସରକାରଙ୍କ ଏଭଳି ନିୟମ ଦ୍ବାରା ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢ଼ା ବନ୍ଦ କରି ଡ୍ରପ ଆଉଟ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଏହି ସମ୍ମିଳନୀରେ ଚର୍ଚ୍ଚା ହୋଇଛି ।

ସେପେଟେ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ସରକାର ଚାଲୁ ରଖିଥିବାବେଳେ ପ୍ରାଥମିକ ଶିକ୍ଷାକୁ ସରକାର ଚରମ ଅବହେଳା କରୁଛନ୍ତି । ସରକାର ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଚାଲୁ ନ କଲେ ଆଗାମୀ ଦିନରେ ଅଭିଭାବକମାନେ ହାଇକୋର୍ଟଙ୍କ ଆଶ୍ରୟ ନେବ ବୋଲି ସଙ୍ଘ ଚେତାବନୀ ଦେଇଛି ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.