ଆପନା ଢାବା ମାଲିକାଣୀ ହତ୍ୟାକାଣ୍ଡ ଘଟଣା: ଜ୍ବାଇଁ ସମେତ ୩ ଗିରଫ

author img

By

Published : Aug 11, 2021, 8:04 PM IST

ଢାବା ମାଲିକାଣୀ ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିଲା ପୋଲିସ, ୪ ଗିରଫ

ପାରିବାରିକ କଳହରୁ ଗଲା ଶାଶୁଙ୍କ ଜୀବନ । ଜ୍ବାଇଁ ସୁପର କିଲର ସାହାଯ୍ୟରେ ଶାଶୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦୀର୍ଘ ୧୦ ଦିନର ଛାନଭିନ୍ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଳ ଥାନା ଅଞ୍ଚଳରେ । ଡୁଆଝର ଗ୍ରାମରେ ଥିବା ଆପନା ଢ଼ାବା ମାଲିକାଣୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଆଉ ଏହି ଘଟଣାରେ ସୁପାରୀ କିଲର ସାର୍ଫ ସୁଟର ସମେତ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାନୁସାରେ ଗତ ଜୁଲାଇ ମାସରେ ଡୁଆଝର ଗ୍ରାମ ଆପନା ଢ଼ାବାରେ ଦେଖିବାକୁ ମିଳିଥିଲା ଲୋମ ଟାଙ୍କୁରା ଗୁଳିକାଣ୍ଡ ଦୃଶ୍ୟ । ଆଉ 2ଜଣ ଦୁର୍ବୃତ୍ତ ଆସି ଢ଼ାବା ମାଲିକାଣୀ ବାସନ୍ତୀ ମେହେରଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଲିକାଣୀଙ୍କ ମୃତଦେହକୁ ଜବତ କରିଥିଲା ।

ଢାବା ମାଲିକାଣୀ ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିଲା ପୋଲିସ, ୪ ଗିରଫ

ପରେ ନୂଆପଡା SPଙ୍କ ନିର୍ଦ୍ଦେଶ କ୍ରମେ SDPO ସନ୍ତକ ଜେନା ଏବଂ IIC କୈଳାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ 2ଗୋଟି ସ୍ବତନ୍ତ୍ର ପୋଲିସ ଟିମ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଘଟଣା ଘଟିବାର 10ଦିନ ମଧ୍ୟରେ ପୋଲିସର ଆପ୍ରାଣ ପ୍ରଚେଷ୍ଟା ଫଳରେ ସାର୍ଫ ସୁଟର ସମେତ 4ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଖଡ଼ିଆଳ ପୋଲିସ । ତେବେ ଘଟଣାର ମୁଖ୍ୟ ନାୟକ ମୃତ ଢ଼ାବା ମାଲିକାଣୀଙ୍କ ଜ୍ବାଇଁ ମୀନକେତନ ମେହେର ବୋଲି ଜଣାପଡିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜ୍ବାଇଁ ଶାଶୁ ବାସନ୍ତୀ ମେହେରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଯୋଜନା ମୁତାବକ 6ଲକ୍ଷ ଟଙ୍କାରେ ସାର୍ଫ ସୁଟର ସୁପାରୀ କିଲର ବୁର୍ଲା ଅଞ୍ଚଳରୁ ଆଣି 2ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲା ।

ପରେ ଯୋଜନା ମୁତାବକ ଶାଶୁ ବାସନ୍ତୀ ମେହେରଙ୍କୁ ହତ୍ୟା କରିଥିଲା ସୁପାରି କିଲର । ପୋଲିସ ଗିରଫ ବେଳେ ଅଭିଯୁକ୍ତଙ୍କ ଠାରୁ 90ହଜାର ଟଙ୍କା, 4ଗୋଟି ମୋବାଇଲ ଫୋନ, 2ଗୋଟି ମୋଟର ସାଇକେଲ, ରେନକୋର୍ଟ, ଏବଂ ଗୋଟିଏ କଲା ରଙ୍ଗର ହେଲମେଟ ଜବତ କରିଛି ପୋଲିସ ।

ସେପଟେ ଖଡ଼ିଆଳ ପୋଲିସର ଛାନଭିନ କରିବା ସହ ଆପ୍ରାଣ ଉଦ୍ୟମ ଫଳରେ ଘଟଣା ଘଟାଇବାର 10ଦିନ ମଧ୍ୟରେ ସଫଳତାର ସହ 4 ଜଣ ଅଭିଯୁକ୍ତକୁ ଗିରଫ କରି ଆଜି(ବୁଧବାର) କୋର୍ଟ ଚାଲାଣ କରାଯାଇଥିବା ନେଇ ନୂଆପଡା SP ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି । ଅପରପକ୍ଷେ ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ମୃତ ବାସନ୍ତୀ ମେହେରଙ୍କ ସ୍ବାମୀ ଓ ଝିଅ ଅନୁରୋଧ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.