ଭ୍ୟାନ ଧକ୍କାରେ ଶିଶୁ ମୃତ, ରାସ୍ତା ରୋକ କଲେ ଗ୍ରାମବାସୀ

author img

By

Published : Sep 3, 2021, 10:02 PM IST

ସଡକ ଦୁର୍ଘଟଣାରେ ଶିଶୁ ମୃତ, ଗ୍ରାମବାସୀଙ୍କ ରାସ୍ତା ରୋକ

ବାରୁଦ ବୋଝେଇ ଭ୍ୟାନ ଦୁର୍ଘଟଣାରେ ୪ବର୍ଷ ଶିଶୁର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଖଡିଆଳ ପୋଲିସ ତଦନ୍ତ କରିବା ସହ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଛି । ଅଧିକ ପଢନ୍ତୁ..

ନୂଆପଡା: ଭ୍ୟାନ ଧକ୍କାରେ ଶିଶୁ ମୃତ । ଏଭଳି ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଅଧିନ ମୁଖ୍ୟ ସଡକ ତୁକୁଳା ଗ୍ରାମରେ । ସୂଚନାନୁସାରେ ଖଡ଼ିଆଳ ଥାନା କଳାହାଣ୍ଡି ନୂଆପଡ଼ା ମୁଖ୍ୟ ସଡକ ତୁକୁଳା ଗ୍ରାମ କଲେଜ ଛକ ନିକଟରେ ଏକ ବାରୁଦ ବୋଝେଇ ଭ୍ୟାନ ଭବାନୀପାଟଣା ପଟୁ ଖଡ଼ିଆଳ ରାସ୍ତା ଅଭିମୁଖେ ଦୃତ ଗତିରେ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପାର ହେଉଥିବା ମଧୁ ନାଏକଙ୍କ ପୁଅକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪ବର୍ଷର ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ସଡକ ଦୁର୍ଘଟଣାରେ ଶିଶୁ ମୃତ, ଗ୍ରାମବାସୀଙ୍କ ରାସ୍ତା ରୋକ

ଏନେଇ ସ୍ଥାନୀୟ ଗ୍ରାମବାସୀ ମାନେ ରାସ୍ତା ରୋକ କରିବା ସହ ମୃତ ଶିଶୁର ପରିବାରକୁ ସହାୟତା ଦେବାକୁ ଦାବି କରିଥିଲେ । ତେବେ ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଖଡିଆଳ ତହସିଲଦାର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମୃତକଙ୍କୁ ପରିବାରକୁ ଦିଆଯିବା ନେଇ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.