କୁକୁଡ଼ା ଫାର୍ମରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ

author img

By

Published : Sep 19, 2021, 6:08 PM IST

youth dies of electric shock in poluty farm

କୁକୁର ଠାରୁ ବଞ୍ଚିବା ପାଇଁ କୁକୁଡ଼ା ଫାର୍ମରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ଅଧିକ ପଢନ୍ତୁ...

ନୟାଗଡ଼: କୁକୁରଙ୍କ କବଳରୁ କୁକୁଡ଼ାଙ୍କୁ ରକ୍ଷା ପାଇଁ ଲାଗିଥିବା ବିଦ୍ୟୁତ ସଂସ୍ଫର୍ଶରେ ଆସି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଲିକୁଦିଆ ଗାଁରୁ l ନିଜ ଚାଷ ଜମିକୁ ଯାଇଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଛନ୍ତି ଯୁବକ ।

କୁକୁଡ଼ା ଫାର୍ମରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ

ଗାଁର ଚାଷ ଜମି ମଝିରେ ଥିବା ଏକ କୁକୁଡ଼ା ଫାର୍ମର ମାଲିକ କୁକୁରଙ୍କୁ ମାରିବାକୁ ଫାର୍ମ ବାଡ଼ରେ ବିଦ୍ୟୁତ ତାର ସଂଯୋଗ କରି ରଖିଥିଲେ l ତେବେ କ୍ଷେତରେ କାମ କରିବାକୁ ଯାଉଥିବା ଗାଁର 33 ବର୍ଷୀୟ ସୋମନାଥ ମୁଦୁଲି ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ l ଫଳରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି l

ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ମୃତଦେହ ଚାଷ ଜମିରେ ପଡିରହିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.