ବୃତ୍ତଙ୍ଗ ନଦୀରେ ଭାସିଯାଇ ଯୁବକ ମୃତ

author img

By

Published : Sep 17, 2022, 1:25 PM IST

ବୃତ୍ତଙ୍ଗ ନଦୀରେ ଭାସିଯାଇ ଯୁବକ ମୃତ

ନଦୀ ପାର ହେଉଥିବା ବେଳେ ବୃତ୍ତଙ୍ଗ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ନୟାଗଡ: ବୃତ୍ତଙ୍ଗ ନଦୀ(Brutanga River)ରେ ଅଘଟଣ । ନଦୀ ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକ ଜଣଙ୍କ ହେଉଛନ୍ତି ନୟାଗଡ ଘୁଗୁଡିପଡା ଗ୍ରାମପଞ୍ଚାୟତ ଅଧୀନ ଲୋଧାପଂକା ଗ୍ରାମର ଚୈତନ୍ୟ ଜାନୀ l

ବୃତ୍ତଙ୍ଗ ନଦୀରେ ଭାସିଯାଇ ଯୁବକ ମୃତ

ମିଳିଥିବା ସୂଚନା ଅନୁଯାୟୀ ଗତକାଲି (ଶୁକ୍ରବାର) ଅପରାହ୍ନ ସମୟରେ ରାସନ ସାମଗ୍ରୀ ଆଣିବା ପାଇଁ ଘୁଗୁଡିପଡା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଚୈତନ୍ୟ ବୃତ୍ତଙ୍ଗ ନଦୀ ପାର ହେଉଥିଲେ । ଏହି ସମୟରେ ହଠାତ ବୃତ୍ତଙ୍ଗ ନଦୀର ପ୍ରଖର ସୁଅରେ ତାଙ୍କ ଗୋଡ଼ ଖସିଯାଇ ନଦୀରେ ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ରାତିରେ ଖୋଜା ଖୋଜି କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଚମ୍ପାଡାଳି ଗ୍ରାମ ନିକଟରେ ଭାସୁଥିବ ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଦ୍ବାରା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବ ।

ଏହା ମଧ୍ୟ ପଢନ୍ତୁ-KBC ହଟ୍‌ ସିଟରେ ଭଦ୍ରକ ସହକାରୀ ଡାକ ଅଧୀକ୍ଷକ

ତେବେ ବୃତ୍ତଙ୍ଗ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ଯୁବକ ମୃତ୍ୟୁବରଣ କରିବା ଏକ ନୂଆ ଘଟଣା ନୁହେଁ । ପୂର୍ବରୁ ଅନେକ ବାର ଏପରି ଘଟଣା ସାମ୍ନାକୁ ଆସିଛି । ରାସ୍ତା ନଥିବାରୁ ଲୋକେ ପ୍ରତିଦିନ ନଦୀ ପାର ହୋଇ ଯାତାୟତ କରନ୍ତି । କିଛିଦିନ ତଳେ ଓଡଗାଁ ବ୍ଲକ ଗୌଡ଼ପୁଟ ଦୁଆଣ୍ଟ ନଦୀରେ ଏକ ୨ ବର୍ଷର ଶିଶୁକନ୍ୟା ଭାସିଯିବାରୁ ମୃତ୍ୟୁ ଘଟିଥିଲା । ଶିଶୁ କନ୍ୟା ଜଣଙ୍କ ସ୍ଥାନୀୟ ଗୌଡ଼ପୁଟ ଜଗନ୍ନାଥ ସାହିର ଶାନ୍ତିଲତା ବାରିକଙ୍କ ଝିଅ । ଶାନ୍ତିଲତା ବାରିକ ଝିଅ ଶ୍ରଦ୍ଧାଞ୍ଜଳୀକୁ ନେଇ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ଶାନ୍ତିଲତାଙ୍କ ହାତରୁ ନଦୀରେ ଖସି ପଡି ଭାସି ଯାଇଥିଲା । ପରେ ଶାନ୍ତିଲତା ଝିଅକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ ଓ ଏହା ପରେ ନଦୀର ୧୦୦ ମିଟର ଦୂର ଏକ ବ୍ରିଜରେ ଶିଶୁକନ୍ୟାଙ୍କୁ ପାଇଥିଲେ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.