ମୁଣ୍ଡ ଉପରେ ଚଢ଼ିଗଲା ଅଜଣା ଗାଡି, ଯୁବକ ମୃତ

author img

By

Published : Sep 11, 2022, 1:49 PM IST

ମୁଣ୍ଡ ଉପରେ ଚଢ଼ିଗଲା ଅଜଣା ଗାଡି, ଯୁବକ ମୃତ

ନୟାଗଡ଼ ଗଣିଆ ବଜାର ନିକଟରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ଯୁବକଙ୍କ ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ

ନୟାଗଡ଼: ଜିଲ୍ଲା ଗଣିଆ ବଜାରରେ (Road Accident at Gania Market in Nayagarh) ଶନିବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ (Young man dies in Road accident) । ରାତି ପ୍ରାୟ ୨ଟାରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମୁଣ୍ଡ ଉପରେ ଚଢ଼ିଗଲା ଅଜଣା ଗାଡି

ମିଳିଥିବା ସୂଚନା ଅନୁସାରେ, ଗଣିଆ ବଜାରରେ କୌଣସି କାରଣରୁ ଯୁବକ ରାସ୍ତାରେ ଯାଉଥିଲେ । ତେବେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଯୁବକଙ୍କ ମୁଣ୍ଡରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି । ଟି ସାର୍ଟ ଏବଂ ପ୍ୟାଣ୍ଟକୁ ଦେଖି ଏହି ଯୁବକ ଜଣକ ଗଣିଆ ବାଲିସାହିର ବୋଲି ଆଲୋଚନା ହେଉଥିବା ବେଳେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ରାତିରେ ପୋଲିସ ମୃତଦେହ ଜବତ କରି ମେଡିକାଲରେ ରଖିଛି ।

ଏହା ବି ପଢନ୍ତୁ- ଜବତ ହେଲା 51 ଚୋରା ବାଇକ, 5 ଆନ୍ତଃ ରାଜ୍ୟ ଲୁଟେରା ଗିରଫ

ଆଜି ପରିବାର ଲୋକେ ଦେଖିବା ପରେ ମୃତଦେହ ଚିହ୍ନଟ ହେବ । ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବ । ଅଜଣା ଗାଡି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ପୋଲିସ ଏ ନେଇ ତଦନ୍ତ କରୁଛି । ତେବେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.