ଗ୍ୟାସ ଟାଙ୍କି ଫାଟି ମହିଳା ମୃତ ଘଟଣା: ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

author img

By

Published : Oct 14, 2021, 11:43 AM IST

ଗ୍ୟାସ ଟାଙ୍କି ଫାଟି ମହିଳା ମୃତ ଘଟଣା: ସହାୟତା ପାଇଁ ଅଣ୍ଟା ଭିଡି଼ଲା ଜିଲ୍ଲା ପ୍ରଶାସନ

ଗତ ଅଗଷ୍ଟ 31 ତାରିଖରେ ନୟାଗଡ ଖଣ୍ଡପଡା ଥାନା ବିରିଡିହି ଗାଁରେ ରୋଷେଇ କଲାବେଳେ ଗ୍ୟାସ ଟାଙ୍କି ଫାଟି ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ l ଅଧିକ ପଢନ୍ତୁ...

ନୟାଗଡ଼: ଗ୍ୟାସ ଟାଙ୍କି ଫାଟି ମହିଳା ମୃତ ଘଟଣାରେ ସହାୟତାର ହାତ ବଢାଇଲେ ଜିଲ୍ଲା ପ୍ରଶାସନ । ଗତ ଅଗଷ୍ଟ 31 ତାରିଖରେ ରୋଷେଇ କଲାବେଳେ ଗ୍ୟାସ ଟାଙ୍କି ଫାଟି ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ l ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା l ମୃତ ମହିଳାଙ୍କ ଏକ 6 ମାସର ଶିଶୁ ଥିବାବେଳେ ଦୁର୍ଘଟଣା ସମୟରେ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ମଧ୍ୟ ଗୁରୁତର ହୋଇ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଗ୍ୟାସ ଟାଙ୍କି ଫାଟି ମହିଳା ମୃତ ଘଟଣା: ସହାୟତା ପାଇଁ ଅଣ୍ଟା ଭିଡି଼ଲା ଜିଲ୍ଲା ପ୍ରଶାସନ

ସେପଟେ ନିଆଁରେ ସବୁ କିଛି ହରାଇବା ପରେ ମାତ୍ର ଖଣ୍ତେ ପାଲ ଯୋଗାଇ ଦେଇ ନିଜ କାନ୍ଧରୁ ଦାୟିତ୍ବ ଖସାଇ ଦେଇଛି ସ୍ଥାନୀୟ ପ୍ରଶାସନ । ପିତାମାତା ଉଭୟଙ୍କ ଅନୁପସ୍ଥିତି ଓ ଏପରି ଅସହାୟତା ମଧ୍ୟରେ କଅଁଳ ଶିଶୁଟିର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପଟେ ନୟାଗଡ଼ ଜିଲ୍ଲାପାଳ ଗଣମାଧ୍ୟମ ଆଗରେ ମୁହଁ ଖୋଲି କହିଛନ୍ତି ଯେ, ଜିଲ୍ଲା ଶିଶୁ ସୁରକ୍ଷା ଏହାର ତଦନ୍ତ କରୁଛି l ଛୋଟ ଛୁଆକୁ ଜିଲ୍ଲା ଶିଶୁ ସୁରକ୍ଷା ପାଖକୁ ଆଣି ତାହାର ଦାୟିତ୍ବ ନିଆଯିବ, ନଚେତ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ l

ସୂଚନାଯୋଗ୍ୟ ଯେ,ଏହି ଗାଁର ମହିଳା ହରପ୍ରିୟା ଜେନା ରନ୍ଧନ ଗ୍ୟାସ ଯୋଗେ ରୋଷେଇ କରୁଥିବାବେଳେ ଅଚାନକ ଗ୍ୟାସ ଟାଙ୍କି ଫାଟିବାରୁ ନିଆଁରେ ପୋଡି ହୋଇ ପ୍ରାଣ ହରାଇଥିଲେ । ମହିଳାଙ୍କ ଦେହରେ ନିଆଁ ଲାଗିଯାଇ ଥିବାବେଳେ ଉଦ୍ଧାର ଉଦ୍ୟମ କରିଥିବା ସ୍ବାମୀ ସିଲୁ ଜେନା ନିଆଁରେ ପୋଡି ଗୁରୁତର ହୋଇଥିଲେ l ଏବେ ବି ସ୍ବାମୀ ସିଲୁ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ସିଲୁଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପରିବାର ପକ୍ଷେ ସମ୍ଭବ ହୋଇପାରୁନାହିଁ। ତେବେ ଜିଲ୍ଲା ପ୍ରଶାସନ ତରଫରୁ ସହାୟତାର ହାତ ବଢିବା ପରେ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ପରିବାର ଲୋକେ ।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.