ମନମାନି କଲେ ଠିକାଦାର, ନିଜସ୍ବ ଉଦ୍ୟମରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

author img

By

Published : Sep 14, 2021, 11:37 AM IST

Updated : Sep 14, 2021, 9:36 PM IST

ମନମାନି କଲେ ଠିକାଦାର, ଗ୍ରାମବାସୀଙ୍କ ଉଦ୍ୟମରେ କାଠ ପୋଲ ନିର୍ମାଣ

ଠିକାଦାରଙ୍କ ମନମାନିରେ ଦୀର୍ଘ ୫ ବର୍ଷ ପରେ ବି ନିର୍ମାଣ ହୋଇପାରିଲାନି ପୋଲ । ଶେଷରେ ନିଜସ୍ବ ଉଦ୍ୟମରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ନୟାଗଡ: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ହଇରାଣ କରୁଛନ୍ତି ଠିକାଦାର । ଗୋଟିଏ ପୋଲ ନିର୍ମାଣ କାର୍ଯ୍ୟକୁ 5 ବର୍ଷ ବିତି ଯାଇଥିଲେ ମଧ୍ୟ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଶେଷରେ ଗ୍ରାମବାସୀ ଏକାଠି ହୋଇ ନିଜସ୍ବ ଉଦ୍ୟମରେ ପୋଲ ନିର୍ମାଣ କରିଛନ୍ତି ।

ମନମାନି କଲେ ଠିକାଦାର, ଗ୍ରାମବାସୀଙ୍କ ଉଦ୍ୟମରେ କାଠ ପୋଲ ନିର୍ମାଣ

ଏପରି ଏକ ଉଦାହରଣ ସୃଷ୍ଟିକାରୀ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଉପାନ୍ତ ଅଞ୍ଚଳ ରାଆଁଳ ଗ୍ରାମରେ । ଠିକାଦାରଙ୍କ ଅବହେଳା କାରଣରୁ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡି ରହିଥିଲା ପୋଲ ନିର୍ମାଣ କାର୍ଯ୍ୟ । ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ କେହି ନଶୁଣିବାରୁ ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ନିଜସ୍ୱ ଟଙ୍କା ଆଦାୟ କରି କାଠ ପୋଲ ନିର୍ମାଣ କରିଛନ୍ତି । ସରକାରଙ୍କ ମାଳମାଳ ଯୋଜନା ଭିତରେ ହଜିଯାଇଛି ଏହି ଅଧ୍ୟୁଷିତ ଆଦିବାସୀ ଗାଁର ବିକାଶ । ବର୍ଷା ହେଲେ ଏହି ଗାଁଟି ବାହ୍ୟଜଗତରୁ ବିଛିନ୍ନ ହେଉଥୁବାରୁ ଗମନାଗମନରେ ଅସୁବିଧା ସମ୍ମୁଖୀନ ହୁଅନ୍ତି ଲୋକେ ।

ବାରମ୍ବାର ଅଭିଯୋଗ ସତ୍ତ୍ବେ ପୋଲ ନିର୍ମାଣ କାର୍ଯ୍ୟକୁ ପାଞ୍ଚବର୍ଷ ବିତିଯାଇଥିଲେ ବି ଏହା ସମ୍ପୂର୍ଣ ନହେବାରୁ ଗ୍ରାମବାସୀ ନିଜସ୍ୱ ଖର୍ଚ୍ଚରେ ଗମନାଗମନ ପାଇଁ କାଠ ପୋଲ ନିର୍ମାଣ କରିଛନ୍ତି । ବର୍ଷା ଦିନେ ଏହି କାଠ ପୋଲ ହିଁ ଏମାନଙ୍କର ସାହାଭରଷା । ଆମ୍ବୁଲାନ୍ସ କିମ୍ବା ଦମକଳ ଭଳି ଜରୁରୀକାଳୀନ ସେବା ଏଠି ଅପହଞ୍ଚ ଏହି ଅସ୍ଥାୟୀ ପୋଲ ଯେ, ପୁଣି ପାଣିର ସୁଅରେ ଭାସିନଯିବ ତାହା କିଏ କହିବ । ତେଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Sep 14, 2021, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.