ଆବଦ୍ଧ କୋଠରୀରୁ ମିଳିଲା ଅଜଣା ମୃତଦେହ, ବଢୁଛି ସନ୍ଦେହ

author img

By

Published : Oct 16, 2021, 2:59 PM IST

ଆବଦ୍ଧ କୋଠରୀରେ ଅଜଣା ମୃତଦେହକୁ ନେଇ ବଢୁଛି ସନ୍ଦେହ

ନୟାଗଡ଼ ପୁରୁଣା ସହର ସ୍ଥିତ ଟାଉନ ହଲ ଠାରେ ଏକ ଆବଦ୍ଧ କୋଠରୀରୁ ଜଣେ ଅଜଣା ଯୁବକକଙ୍କ ଗଳିତ ମୃତଦେହ ଠାବ ହୋଇଛି l ତେବେ ମୃତଦେହ ଏଠାକୁ କେମିତି ଆସିଲା ଏବଂ ଏହା ହତ୍ୟା ନା ଆତ୍ମହତ୍ୟା, ଏନେଇ ସନ୍ଦେହ ବଢ଼ିବାରେ ଲାଗିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...

ନୟାଗଡ଼: ଅଜଣା ମୃତଦେହକୁ ନେଇ ବଢୁଛି ସନ୍ଦେହ । ନୟାଗଡ଼ ପୁରୁଣା ସହର ସ୍ଥିତ ଟାଉନ ହଲ ଠାରେ ଏକ ଆବଦ୍ଧ କୋଠରୀରୁ ଜଣେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ ହୋଇଛି l ଟାଉନ ହଲ ପରିସରରେ ଥିବା ଏକ ଆବଦ୍ଧ କୋଠରୀରେ ସ୍ଥାନୀୟ ଯୁବକମାନେ ଏକ ଗଳିତ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପରେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାସ୍ଥଳରେ ଛାନଭିନ ଜାରି ରଖିଛି l

ଆବଦ୍ଧ କୋଠରୀରେ ଅଜଣା ମୃତଦେହକୁ ନେଇ ବଢୁଛି ସନ୍ଦେହ

ଅନ୍ୟପକ୍ଷେ ପ୍ରାୟ ଚାରିରୁ ପାଞ୍ଚ ଦିନ ଧରି ଏହି ଅଜଣା ମୃତଦେହଟି ପଡିରହିଥିବା ଅନୁମାନ କରାଯାଉଥିବା ବେଳେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ l ତେବେ ମୃତଦେହ ଏଠାକୁ କେମିତି ଆସିଲା ଏବଂ ଏହା ହତ୍ୟା ନା ଆତ୍ମହତ୍ୟା, ଏନେଇ ସନ୍ଦେହ ବଢ଼ିବାରେ ଲାଗିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.