ଚର୍ଚ୍ଚାରେ ବାଲୁକା ଶିଳ୍ପୀ ସୁବଳ: ଭୁୟସୀ ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି

author img

By

Published : Sep 20, 2021, 4:00 PM IST

ଚର୍ଚ୍ଚାରେ ବାଲୁକା ଶିଳ୍ପୀ ସୁବଳ : ଭୁୟସି ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି

ବାଲୁକାଶିଳ୍ପୀ ସୁବଳ ମହାରଣାଙ୍କ ବାଲୁକା କଳାକୁ ଭୁୟସୀ ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ l ନିଜ ମୋବାଇଲରେ ଉଠାଇଲେ ସୁବଳଙ୍କ ଫଟୋ । ଅଧିକ ପଢନ୍ତୁ...

ନୟାଗଡ଼ : ବାଲୁକାଶିଳ୍ପୀ ସୁବଳ ମହାରଣାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି l ସୁବଳଙ୍କ ବାଲୁକା କଳାକୁ ଭୁୟସୀ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ବିନୀତ ଶରଣ l କେବଳ ସେତିକି ନୁହେଁ ନିଜ ମୋବାଇଲରେ ସୁବଳଙ୍କ ଫଟୋ ଉଠାଇଛନ୍ତି l ଏହାସହ ବିଶ୍ୱର ସବୁଠାରୁ ଛୋଟ ରଥକୁ ଜବକାଚ ମାଧ୍ୟମରେ ନିଜେ ମଧ୍ୟ ଦେଖିଛନ୍ତି l ଯାହା ସମସ୍ତଙ୍କୁ ଚକିତ କରିଥିଲା l ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଅନ୍ୟ କାହାକୁ ପ୍ରଶଂସା କରିବା ଏକ ବିରଳ ଘଟଣା l ବିଚାରପତି ଯେତେବେଳେ ପ୍ରଶଂସା କରୁଥିଲେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ପରେ ସୁବଳଙ୍କ ସହ ସମସ୍ତେ ସେଲ୍ଫି ନେବାକୁ ଭିଡ଼ ଜମାଇଥିଲେ l

ଚର୍ଚ୍ଚାରେ ବାଲୁକା ଶିଳ୍ପୀ ସୁବଳ : ଭୁୟସି ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି

ସୁବଳଙ୍କ ଘର ନୟାଗଡ ଜିଲ୍ଲା ଓଡଗାଁ ଗୁପ୍ତ ମଠ ସାହିରେ । ସୁବଳ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ କିନ୍ତୁ ନିଶା ବାଲୁକା କଳା । 1988 ମସିହାରେ ସେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରୀ କରନ୍ତି l ପ୍ରଥମେ ଗୋପାଳପୁର ସମୁଦ୍ର ବେଳାଭୂମିରେ ବାଲିରେ ଦେଖାଇଥିଲେ ନିଜର ଲୁକ୍କାୟିତ ପ୍ରତିଭା l ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ସେ ଚର୍ଚ୍ଚାକୁ ଆସିଥିଲେ l ସେବେ ଠାରୁ ବାଲୁକା କଳାକୁ ସେ ନିଶା ଭାବେ ଗ୍ରହଣ କଲେ । ବାଲିରେ ଜଗତର ନାଥ ଜଗନ୍ନାଥ, ଶିବ ଆଦି ଦେବାଦେଵୀ ଏବଂ ଓଡ଼ିଶାର ସାଂସ୍କୃତିକୁ ଗଢିଥିଲେ l


କୋରୋନା ସମୟକୁ ବିନିଯୋଗ କରି ନିମ୍ବ, ବେଲ ଏବଂ ତୁଳସୀ ପତ୍ର ଆଦିରେ ପୃଥିବୀର ସବୁଠୁ ଛୋଟ ଜଗନ୍ନାଥଙ୍କ ରଥ କରି ସେ ବିଶ୍ୱ ରେକର୍ଡ କରିଛନ୍ତି l ରଥର ଉଚ୍ଚତା 1.5 ଇଞ୍ଚ ରହିଛି l ଏଥିପାଇଁ ମଧ୍ୟ ଇଣ୍ଡିଆ ବୁକ ଅଫ ରେକର୍ଡ, ଏସିଆ ବୁକ ଅଫ ରେକର୍ଡ଼, ୱାର୍ଲଡ ବୁକ ଅଫ ରେକର୍ଡ କରିଛନ୍ତି । 12ଟି ଦେଶରୁ ପୁରସ୍କାର ଗ୍ରହଣ କରି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି l ବାଲିରେ ଓଡିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି l ମାଳଦ୍ଵୀପ, ଥାଇଲାଣ୍ଡ ଆଦି ଦେଶ ବୁଲି ଓଡ଼ିଶାର କଳା ସଂସ୍କୃତିକୁ ବାଲି ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି l ତେବେ ଏଥିରୁ ମିଳୁଥିବା ଅର୍ଥକୁ ସେ ସମାଜସେବା କାର୍ଯ୍ୟରେ ଲଗାଇ ଥାନ୍ତି ବୋଲି କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.