ଲଗାଣ ବର୍ଷାରେ ଭାଙ୍ଗିଲା ରାସ୍ତା, ୟାତାୟତ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

author img

By

Published : Sep 14, 2021, 9:59 PM IST

ଲଗାଣ ବର୍ଷାରେ ଭାଙ୍ଗିଲା ରାସ୍ତା, ୟାତାୟତ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ଜିଲ୍ଲାରେ ହୋଇଛି ରେକର୍ଡ ସଂଖ୍ୟକ ଲଘୁଚାପ ବର୍ଷା । ଆଉ ବର୍ଷା ପାଣି ଯୋଗୁଁ ଗାଁର ରାସ୍ତା ଭାଙ୍ଗିବା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଡାକଢୋଲ ଗ୍ରାମ । ଅଧିକ ପଢନ୍ତୁ..

ନୟାଗଡ: ଲଘୁଚାପ ବର୍ଷାରେ ବେହାଲ ହୋଇ ପଡିଛି ଜିଲ୍ଲାର ବିଭିନ୍ନ ଅଞ୍ଚଳ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମ ପଞ୍ଚାୟତର ଡାକଢୋଲ ଗ୍ରାମ ଲଗାଣ ବର୍ଷା ପ୍ରଭାବରେ ରାସ୍ତା ଭାଙ୍ଗି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି l ଏହା ସହିତ ଅଞ୍ଚଳର ବିଭିନ୍ନ ରାସ୍ତାର ଦୟନୀୟ ଅବସ୍ଥାରେ କିଛି ବର୍ଷ ହେଲା ପଡ଼ିରହିଛି l ତେବେ ସ୍ବାଧୀନତାର ୭୫ ବର୍ଷ ପରେ ଗାଁକୁ ପକ୍କାରାସ୍ତାଟିଏ ହୋଇପାରିନାହିଁ l ରାସ୍ତା ପାଇଁ ଲୋକେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ l ହେଲେ ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ସୁଫଳ ମିଳିପାରିନାହିଁ l

ଲଗାଣ ବର୍ଷାରେ ଭାଙ୍ଗିଲା ରାସ୍ତା, ୟାତାୟତ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ସେପଟେ କଚ୍ଚା ରାସ୍ତା ଦେଇ ଗ୍ରାମବାସୀ ଯାତାୟାତ କରିଆସୁଥିବାବେଳେ ଏହି ଲଘୁଚାପ ବର୍ଷା ଫଳରେ ରାସ୍ତା ଭାଙ୍ଗିଯାଇଛି l 2016 ମସିହାରେ ଥୁଆବାରି ଠାରୁ ଆରମ୍ଭ କରି ଡାକଢୋଲ ଗ୍ରାମ ଦେଇ ଆଡିପଡା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଆରମ୍ଭ ହୋଇଥିଲା ମାତ୍ର ଠିକାଦାର ଚାରି କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ କରି ଡାକଢୋଲ ଠାରୁ ଆଡିପଡା ପର୍ଯ୍ୟନ୍ତ ରାସ୍ତାକୁ ନ କରି ଛାଡ଼ି ଦେଇଥିଲେ । ଏହା ପରେ ସେହି ଗ୍ରାମର ଲୋକମାନେ ସ୍ଥାନୀୟ ସରପଞ୍ଚ, ବିଧାୟକଙ୍କୁ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେହି କର୍ଣ୍ଣପାତ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି l ଯାହାଫଳରେ କି ଲୋକମାନେ ଜରୁରୀ କାମ ପଡ଼ିଲେ ମଧ୍ୟ ଯାଇପାରୁ ନ ଥିବାବେଳେ ରୋଗୀମାନେ ଚିକିତ୍ସିତ ହେବା ପାଇଁ ମେଡିକାଲକୁ ଯାଇ ପାରୁନାହାଁନ୍ତି l ଏନେଇ ଗାଁରେ ପାଠ ପଢିବା ପାଇଁ ସୁବିଧା ନଥିବା ବେଳେ ଗାଁ ବାହାରକୁ ପିଲା ମାନେ ପାଠପଢିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ତେଣୁ ପ୍ରଶାସନ ପକ୍ଷରୁ ଯଦି ରାସ୍ତା କାମ ଶୀଘ୍ର ଶେଷ ନ ହୁଏ, ତେବେ ଗ୍ରାମର ଲୋକମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.