ମାସେ ହେଲାଣି ଅନ୍ଧାରରେ ଗାଁ, ନୂଆଗାଁ ବିଦ୍ୟୁତ୍‌ ଅଫିସ ଘେରିଲେ ଗ୍ରାମବାସୀ

author img

By

Published : Sep 10, 2022, 10:18 AM IST

ମାସେ ହେବ ଅନ୍ଧାରରେ ଅଛି ଗାଁ, ନୂଆଗାଁ ବିଦ୍ୟୁତ ଅଫିସ ଘେରିଲେ ଗ୍ରାମବାସୀ

ଦୀର୍ଘ ମାସେ ହେବ ଗାଁକୁ ଆସୁନି ବିଜୁଳି । ଜଙ୍ଗଲ ପାହାଡ଼ ମଧ୍ୟରେ ରହିଥିବାରୁ ସନ୍ଧ୍ୟା ହେଲେ ଘରୁ ବାହାରି ପାରୁନାହାନ୍ତି ଲୋକେ । ଏନେଇ ବହୁ ଅଭିଯୋଗ ପରେ ଶେଷରେ ନୂଆଗାଁ ବିଦ୍ୟୁତ ସେକ୍ସନ ଅଫିସ ଘେରିଲେ ନୟାଗଡ଼ ଜାକେଡା ପଞ୍ଚାୟତର ତୁକୁଡା ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ନୟାଗଡ଼: ଦୀର୍ଘ ମାସେ ହେଲା ଅନ୍ଧାରରେ ଅଛି ଗାଁ । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ବିଦ୍ୟୁତ ବିଭାଗ । ନୟାଗଡ଼ ଜିଲ୍ଲା ନୂଆଗାଁ ବିଦ୍ୟୁତ ସେକ୍ସନ ଅଫିସକୁ ଘେରିଲେ ତୁକୁଡା ଗ୍ରାମବାସୀ । ଏହାପରେ ଅନୁଧ୍ୟାନ କରି ଦୁଇ ଦିନ ମଧ୍ୟରେ ବିଦ୍ୟୁତ ସମସ୍ୟା ଦୂର କରାଯିବ ବୋଲି ବିଦ୍ୟୁତ କର୍ମଚାରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଗ୍ରାମବାସୀ ।

ମାସେ ହେବ ଅନ୍ଧାରରେ ଅଛି ଗାଁ, ନୂଆଗାଁ ବିଦ୍ୟୁତ ଅଫିସ ଘେରିଲେ ଗ୍ରାମବାସୀ

ନୟାଗଡ ଜିଲ୍ଲା ନୂଆଗାଁ ବିଦ୍ୟୁତ ସେକ୍ସନରେ ଚାଲିଛି ଲୁଚକାଳି ଖେଳ । ଲୋକଙ୍କୁ ମିଳୁନି ବିଦ୍ୟୁତ୍‌ ସେବା । ବାରମ୍ବାର ଅଭିଯୋଗ ସତ୍ତ୍ବେ କର୍ଣ୍ଣପାତ କରୁନାହାନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ । ଦୀର୍ଘ ମାସେ ହେବ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧିନ ତୁକୁଡ଼ା ଗାଁ ଅନ୍ଧାରରେ ଥିବା ବେଳେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । କେବଳ ଏହି ଗାଁ ନୁହେଁ ନୂଆଗାଁ ସେକ୍ସନ ଅଧୀନରେ ଥିବା ଜାକେଡା ପଞ୍ଚାୟତର ଶହ ଶହ ବିଦ୍ୟୁତ୍ ଉପଭୋକ୍ତା ଏପରି ସମସ୍ୟା ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେବେଳେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି ତ ପୁଣି କେତେବେଳେ ଦୀର୍ଘ ଦିନ ଯାଏଁ ଲାଇନ କଟିଯିବା ପରେ ଆସୁନାହିଁ । ଫଳରେ ଅତିଷ୍ଠ ହୋଇ ନୂଆଗାଁ ବିଦ୍ୟୁତ୍ ଅଫିସ ଘେରିଛନ୍ତି ଜାକେଡା ପଞ୍ଚାୟତର ତୁକୁଡା ଗ୍ରାମବାସୀ ।

ତୁକୁଡା ଗ୍ରାମ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ ଦୀର୍ଘ ଏକ ମାସ ହେବ ଗ୍ରାମରେ ବିଦ୍ୟୁତ୍‌ ନ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଣ ପାହାଡ଼ ଘେରା ଗାଁ ହୋଇଥିବାରୁ ବିଦ୍ୟୁତ ଅଭାବ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଲୋକମାନଙ୍କ ଅଭିଯୋଗ ଅନୁସାରେ ବିଗତ ଏକ ମାସ ହେବ ଗ୍ରାମରେ ବିଦ୍ୟୁତ୍ ନଥିବା ଯୋଗୁଁ ପିଲାମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି । ଏହା ସହିତ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ଲାଗି ରହିଛି । ଏପଟେ ହାତୀ ଉପଦ୍ରବ ସହ ବିଦ୍ୟୁତ୍ ସମସ୍ୟା ଗ୍ରାମବାସୀଙ୍କୁ ଅତିଷ୍ଠ କରିଛି । ସନ୍ଧ୍ୟା ହେଲେ ଘରୁ ବାହାରି ପାରୁନାହାନ୍ତି ଲୋକେ ।

ଏନେଇ ଶୁକ୍ରବାର ଜାକେଡା ପଞ୍ଚାୟତର ସମାଜସେବୀ ବୁଲୁ ମଳିକ, ସମିତି ସଭ୍ୟା ପ୍ରଭାତୀ ମଳିକଙ୍କ ସମେତ ଗ୍ରାମର ୨୦ରୁ ଊର୍ଦ୍ଧ୍ବ ଲୋକ ଆସି ବିଦ୍ୟୁତ୍ ଅଫିସ ଘେରିଥିଲେ । ଏହା ସହିତ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ । ତେବେ ଅଭିଯୋଗକୁ ଅନୁଧ୍ୟାନ କରି ଦୁଇ ଦିନ ମଧ୍ୟରେ ବିଦ୍ୟୁତ ସମସ୍ୟା ଦୂର କରାଯିବ ବୋଲି ବିଦ୍ୟୁତ କର୍ମଚାରୀ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.