ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା, ୭୦ଜଣଙ୍କ ମଧ୍ୟରୁ ଜଣେ ଦେଲେ ସାକ୍ଷୀ

author img

By

Published : Sep 20, 2021, 1:59 PM IST

Updated : Sep 20, 2021, 7:09 PM IST

ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା, ଆଜି କୋର୍ଟରେ ସାକ୍ଷ୍ୟ ଗ୍ରହଣ

ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା । ଆଜି(ସୋମବାର) କୋର୍ଟରେ ୭୦ଜଣଙ୍କ ସାକ୍ଷୀ ମଧ୍ୟରୁ ଜଣେ ଦେଲେ ସାକ୍ଷୀ । ଅଧିକ ପଢନ୍ତୁ...

ନୟାଗଡ଼: ଜିଲ୍ଲାର ଯଦୁପୁରର ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣା । ଆଜି(ସୋମବାର) ନୟାଗଡ଼ ଚିଲଡ୍ରେନ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି । ଏହି ଘଟଣାରେ 70ଜଣ ସାକ୍ଷୀଙ୍କ ମଧ୍ୟରୁ ଆଜି ଯଦୁପୁର ଗାଁର ଦୁର୍ଯ୍ୟୋଧନ ପ୍ରଧାନ ନାମକ ଜଣେ ସାକ୍ଷୀ ଉପସ୍ଥିତ ହୋଇ ସାକ୍ଷ୍ୟ ଦେଇଛନ୍ତି l ତେବେ ପରବର୍ତ୍ତୀ ତାରିଖରେ ଅନ୍ୟ ସାକ୍ଷୀ ମାନଙ୍କ ସାକ୍ଷ୍ୟ ଗ୍ରହଣ ହେବ ।

ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା, ୭୦ଜଣଙ୍କ ମଧ୍ୟରୁ ଜଣେ ଦେଲେ ସାକ୍ଷୀ

ଆଜି ସାକ୍ଷ୍ୟ ଗ୍ରହଣ ବେଳେ ଅଭିଯୁକ୍ତ ନାବାଳକ ଉପସ୍ଥିତ ଥିଲେ । ତେବେ ସାକ୍ଷୀ ଦୁର୍ଯ୍ୟୋଧନ ପ୍ରଧାନଙ୍କୁ ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ଜେରା ହୋଇଥିବା କହିଛନ୍ତି ଅଭିଯୁକ୍ତଙ୍କ ଓକିଲ । SITର ଚାର୍ଜ ଫ୍ରେମ ଦଖଲ ପରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା 8 ତାରିଖରେ ଅନ୍ୟ ସାକ୍ଷୀମାନେ ସାକ୍ଷ୍ୟ ଦେବେ । ତେବେ ଆଜି ମଧ୍ୟାହ୍ନ ସମୟରେ ଶିଶୁ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ପହଞ୍ଚିଥିଲେ ୨ ସାକ୍ଷୀ । ତେବେ ସେହି ୨ ସାକ୍ଷୀ ହେଉଛନ୍ତି ଚରଣ ପ୍ରଧାନ ଓ ଦୁର୍ଯ୍ୟୋଧନ ପ୍ରଧାନ । ଏହି ମାମଲାରେ SIT ଓ ଅଭିଯୁକ୍ତଙ୍କ ପକ୍ଷରୁ ଆଡଭୋକେଟ ଉପସ୍ଥିତ ଅଛନ୍ତି ।

ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା, ୭୦ଜଣଙ୍କ ମଧ୍ୟରୁ ଜଣେ ଦେଲେ ସାକ୍ଷୀ

ଏହା ବି ପଢନ୍ତୁ: ନୟାଗଡ ନାବାଳିକା ଅପହରଣ ଘଟଣାକୁ ବର୍ଷେ, ନ୍ୟାୟ ଅପେକ୍ଷାରେ ବାପା ମା’

ତେବେ ସୂଚନା ଥାଉ କି ଗତବର୍ଷ ଜୁଲାଇ ୧୪ ତାରିଖରେ ନାବାଳିକାଟି ଗାଁ ଦାଣ୍ଡରେ ଖେଳୁଥିବାବେଳେ ଅପହରଣ ହୋଇଥିଲା । ଅପହରଣର ସପ୍ତାହ ପରେ ତାର ଦେହାବଶେଷ ମିଳିଥିଲା । ଏଥିରେ ନାବଳିକାର ଆଖି ଓ କିଡନୀ ନଥିଲା । ଯାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା । କିଏ ନେଇଛି ଅଙ୍ଗ ଏବଂ ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ନାବାଳିକାର ବାପାମାଆ ନ୍ୟାୟ ପାଇଁ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ମିଳିପାରିନାହିଁ । ଏହି ଘଟଣା ସେହି ଗ୍ରାମର ଯୁବକ ସରୋଜ ସେଠୀଙ୍କୁ SIT ଟିମ ଗିରଫ କରି ତଦନ୍ତ ଚଳାଇଛି । ତେବେ ଘଟଣାକୁ ଦେଢ ବର୍ଷ ପାଖାପାଖି ହୋଇଥିବା ବେଳେ ମଧ୍ୟ ଏପର୍ଯ୍ୟନ୍ତ ପରୀକୁ ନ୍ୟାୟ ମିଳିପାରିନାହିଁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Sep 20, 2021, 7:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.