ନୟାଗଡ଼ରେ ଅଘଟଣ: ମାଛ ଧରିବାକୁ ଯାଇ ନାଳରେ ନିଖୋଜ ବ୍ୟକ୍ତି, ଉଦ୍ଧାର ଜାରି

author img

By

Published : Sep 15, 2021, 9:37 PM IST

ନୟାଗଡ଼ରେ ଅଘଟଣ: ମାଛ ଧରିବାକୁ ଯାଇ ନାଳରେ ନିଖୋଜ ବ୍ୟକ୍ତି, ଉଦ୍ଧାର ଜାରି

ମାଛ ଧରିବାକୁ ଯାଇ ନାଳରେ ନିଖୋଜ ବ୍ୟକ୍ତି । ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କଲେ ମଧ୍ୟ ମିଳିପାରି ନାହିଁ ନିଖୋଜ ବ୍ୟକ୍ତିର ପତ୍ତା । ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ମର୍ଦରାଜପୁର ଗାଁ ସଂଲଗ୍ନ ରଥିଆ ନାଳରେ ଘଟିଛି ଏଭଳି ଦୁର୍ଘଟଣା । ଅଧିକ ପଢନ୍ତୁ...

ନୟାଗଡ଼: ମାଛ ଧରିବାକୁ ଯାଇ ନାଳରେ ନିଖୋଜ ବ୍ୟକ୍ତି । ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କଲେ ମଧ୍ୟ ମିଳିପାରି ନାହିଁ ନିଖୋଜ ବ୍ୟକ୍ତିର ପତ୍ତା । ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ମର୍ଦରାଜପୁର ଗାଁ ସଂଲଗ୍ନ ରଥିଆ ନାଳରେ ଘଟିଛି ଏଭଳି ଦୁର୍ଘଟଣା । ଏହି ନାଳକୁ ଆଜି(ବୁଧବାର) ଅପରାହ୍ନରେ ମର୍ଦରାଜପୁର ଗାଁ ତିଅର ସାହିର 45 ବର୍ଷୀୟ ଛେତ ଦାଶ ନାମକ ବ୍ୟକ୍ତି ମାଛ ଧରିବାକୁ ଯାଇଥିଲେ ।

ନୟାଗଡ଼ରେ ଅଘଟଣ: ମାଛ ଧରିବାକୁ ଯାଇ ନାଳରେ ନିଖୋଜ ବ୍ୟକ୍ତି, ଉଦ୍ଧାର ଜାରି

ତେବେ ସେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା l ତେବେ ଖଣ୍ଡପଡା ଅଗ୍ନିଶମ ବାହିନୀ ରଥିଆ ନାଳରେ ଖୋଜାଖୋଜି ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିପାରି ନାହିଁ l ନାଳରେ ପାଣି ବଢ଼ି ଯୋଗୁଁ ଛେତ ବୁଡ଼ିଯାଇଥିବା କିମ୍ବା ଭାସିଯାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.