ଆବାସ ଯୋଜନା: ନୂଆଗାଁ ବ୍ଲକରେ ଅଯୋଗ୍ୟ ହିତାଧିକାରୀ ପାଉଛନ୍ତି ପକ୍କାଘର

author img

By

Published : Sep 24, 2021, 9:37 PM IST

ଆବାସ ଯୋଜନା: ନୂଆଗାଁ ବ୍ଲକରେ ଅଯୋଗ୍ୟ ହିତାଧିକାରୀ ପାଉଛନ୍ତି ପକ୍କାଘର

ନୟାଗଡ଼ରେ ଆବାସ ଯୋଜନାରେ ଅବହେଳା । ନୂଆଗାଁ ବ୍ଲକରେ ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ନୟାଗଡ଼: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ତଥା ଦାରିଦ୍ର୍ୟ ଅସହାୟ ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କାଘର ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏପଟେ ଜିଲ୍ଲାର ନୂଆଗାଁ ବ୍ଲକରେ ଆବାସ ଯୋଜନା ଭେଳିକି ପାଲଟିଛି । ଏଠାରେ ଅଯୋଗ୍ୟ ହିତାଧିକାରୀ ପକ୍କାଘର ପାଉଥିବା ଦେଖିବାକୁ ମିଳିଛି ।

ଆବାସ ଯୋଜନା: ନୂଆଗାଁ ବ୍ଲକରେ ଅଯୋଗ୍ୟ ହିତାଧିକାରୀ ପାଉଛନ୍ତି ପକ୍କାଘର

ନୂଆଗାଁ ବ୍ଲକର ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ଗାଁ ମୁଣ୍ଡରେ ବାସ କରୁଥିବା ରବିନ୍ଦ୍ର ସେଠି ସିଲେଇ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଏହାରି ମଧ୍ୟରେ ଗୋଟିଏ ଝିଅ ବାହାଘର ମଧ୍ୟ କରିଛନ୍ତି । ଭେଣ୍ଡିଆ ପୁଅକୁ ଅକାଳରେ ହରେଇଛନ୍ତି ରବିନ୍ଦ୍ର ସେଠି । ପରିବାର କହିଲେ ସ୍ବାମୀ ଏବଂ ସ୍ତ୍ରୀ । ଉଭୟ ସ୍ବାମୀ, ସ୍ତ୍ରୀ ମାଟି କାନ୍ଥ ସହ ଭଙ୍ଗା କୁଡ଼ିଆରେ କୋଡିଏ ବର୍ଷ ହେବ ରହିଆସୁଛନ୍ତି ।

ଖରା, ବର୍ଷା, ଶୀତ କାକରରେ ଭଙ୍ଗା ଘରେ ଜୀବନ ବିତାଉଛନ୍ତି ପରିବାର ଲୋକେ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଅନେକ ଥର ଯିବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ । ରବୀନ୍ଦ୍ରଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲିଟିଛି । ରବୀନ୍ଦ୍ରଙ୍କୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ଦାବି ହେଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.