ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ନୟାଗଡ଼

author img

By

Published : Sep 23, 2021, 3:05 PM IST

ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ନୟାଗଡ଼

ତୃତୀୟ ଲହରୀ ପାଇଁ ଚିନ୍ତାରେ ରାଜ୍ୟ ସରକାର l ଏଥିପାଇଁ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର l ତେବେ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ପୁରା ପ୍ରସ୍ତୁତ ଥିବା ଜଣାପଡ଼ିଛି l ଅଧିକ ପଢନ୍ତୁ...

ନୟାଗଡ଼: ତୃତୀୟ ଲହରୀ ପାଇଁ ଚିନ୍ତାରେ ରାଜ୍ୟ ସରକାର l ଏଥିପାଇଁ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର l ତେବେ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ପୁରା ପ୍ରସ୍ତୁତ ଥିବା ଜଣାପଡ଼ିଛି l ଏହାସହ ସମସ୍ତ କୋଭିଡ଼ କେୟାର ତୃତୀୟ ଲହରୀକୁ ସାମ୍ନା ପାଇଁ ପ୍ରସ୍ତୁତ ରହିଛି l କୌଣସି ଶିଶୁ ଆକ୍ରାନ୍ତ ହେଲେ ଜିଲ୍ଲା ହେଡ଼ କ୍ୟାର୍ଟରରେ ଅକ୍ସିଜେନ ସୁବିଧା ସହ ଆଇସୋଲେସନ ବେଡ଼ ରହିଛି l ଏଠାରେ ଶିଶୁଙ୍କୁ ରଖାଯାଇ ଚିକିତ୍ସା ପ୍ରଦାନ କରାଯାଉଛି l

ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ନୟାଗଡ଼

ଜିଲ୍ଲାର ଚାନ୍ଦପୁରରେ ICU ବେଡ଼ 16ଟି, HDU ବେଡ଼ 34 ଟି ଏବଂ ଅକ୍ସିଜେନ ପାଇପଲାଇନ ବେଡ଼ 40ଟି ରହିଛି l ସେଠାରେ ଶିଶୁଙ୍କୁ ଚିକିତ୍ସା ପ୍ରଦାନ କରାଯିବା ପାଇଁ ଜଣେ ଶିଶୁ ବିଶେଷଜ୍ଞ ରହିଛନ୍ତି l ପ୍ରତ୍ୟେକ ଦିନ 2 ରୁ 3 ହଜାର ଶିଶୁଙ୍କ କୋରୋନା ପରୀକ୍ଷା କରାଯାଉଛି l ମାତ୍ର 6 କିମ୍ବା 8 ଜଣ ଶିଶୁ ପଜିଟିଭ ବାହାରୁଛନ୍ତି । ଏଥିପାଇଁ ଶିଶୁ ବିଶେଷଜ୍ଞମାନଙ୍କୁ ବିଭିନ୍ନ କୋଭିଡ଼ କେୟାରରେ ସରକାର ନିଯୁକ୍ତ ଦେଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.