ପରିବାର 4 ସଦସ୍ୟଙ୍କୁ ହତ୍ୟା ଘଟଣାର ରାୟ ପ୍ରକାଶ, 4 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

author img

By

Published : Oct 9, 2021, 10:55 AM IST

ଘରେ ପଶି ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣା: 4 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ

୨୦୧୪ ମସିହା ନୟାଗଡ ଜଘନ୍ୟ ହତ୍ୟାକାଣ୍ଡର ପଡିଲା ଅନ୍ତ । ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା କରିଥିବା ଅଭିଯୋଗରେ ଦୋଶୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇରେ କୋର୍ଟ । ଅଧିକ ପଢନ୍ତୁ...

ନୟାଗଡ: ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା ଘଟଣାର ପ୍ରକାଶ ପାଇଲା ରାୟ । 4 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ 45 ହଜାର ଲେଖାଏଁ ଜରିମାନା ଶୁଣାଇଲେ କୋର୍ଟ । ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଶାସ୍ତ୍ରୀ ନଗରରେ ଡକାୟତି ପାଇଁ ଗୋଟିଏ ପରିବାରର 2 ଶିଶୁଙ୍କ ସମେତ ମୋଟ 4ଜଣଙ୍କୁ ହତ୍ୟା କରାଯାଇଥିଲା l

ଘରେ ପଶି ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣା: 4 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ନୟାଗଡ଼ ଜିଲ୍ଲା କୋର୍ଟରେ ଶୁଣାଇ କରାଯାଇ ୪ ଦୋଶୀଙ୍କୁ ଦଣ୍ଡ ଶୁଣାଇଛନ୍ତି ଜଜ୍ l ଗତ 2014 ମସିହାରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଶାସ୍ତ୍ରୀ ନଗରର କାଶିନାଥ ପାତ୍ରଙ୍କ ସମେତ ତାଙ୍କ ନାତି ନାତୁଣୀ ଏବଂ ବୋହୂଙ୍କୁ ଘରେ ପଶି ହତ୍ୟା କରିଥିଲେ ୪ ଦୁର୍ବୃତ୍ତ । ଡକାୟତି ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଥିଲା । ଘଟଣାକୁ ନେଇ ସେହି ସମୟରେ ଏକ ବିଶାଳ ଜନ ଆନ୍ଦୋଳନ ହୋଇଥିଲା । ଏଥିରେ ପୋଲିସର ଲାଠି ଚାର୍ଜରେ ମଧ୍ୟ ଅନେକ ଆହତ ହୋଇଥିଲେ l

ତେବେ ନୟାଗଡ କୋର୍ଟ ଦୀର୍ଘ ୭ ବର୍ଷ ପରେ ମାମଲାର ଶୁଣାଣି କରି ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡାଦେଶ ଦେଇଛନ୍ତି । ଆଜୀବନ କାରାଦଣ୍ଡ ପାଇଥିବା ୪ ଦୋଷୀ ହେଲେ ଏ ରମେଶ, ଜେ ଜୟକୃଷ୍ଣ, ଜେ ସନ୍ତୋଷ, ଏମ କ୍ରିଷ୍ଣା l 295.296 ଏବଂ 302 ଦଫାରେ ସେମାନଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଛି l ଅନ୍ୟ 2 ଅଭିଯୁକ୍ତ ପ୍ରଦୀପ ବେହେରା, ଭଗବାନ ସାହୁ ନିର୍ଦୋଷରେ ଖଲାସ ହୋଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.