ମୋଦିଙ୍କ ଜନ୍ମଦିନରେ ଜୋତା ପଲିସି କରି ଅଭିନବ ପ୍ରତିବାଦ

author img

By

Published : Sep 17, 2021, 10:34 PM IST

ବେରୋଜଗାର ଦିବସ ଭାବେ ପାଳିଲେ ଯୁବ କଂଗ୍ରେସ, ଜୋତା ପଲିସି କରି ଅଭିନବ ପ୍ରତିବାଦ

ନୟାଗଡ଼ରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ଭାବେ ପାଳିଲେ ଯୁବ କଂଗ୍ରେସ କର୍ମୀ ମାନେ । ଅଧିକ ପଢନ୍ତୁ...

ନୟାଗଡ଼: ନୟାଗଡ଼ରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ଭାବେ ପାଳିଲେ ଯୁବ କଂଗ୍ରେସ କର୍ମୀ ମାନେ । ପ୍ରତିବର୍ଷ ଦୁଇକୋଟି ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ଦିଆଯିବାର ପ୍ରତିଶୃତି ଦେଇ ଶାସନକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଶିକ୍ଷିତ ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ବେରୋଜଗାରୀ ବୃଦ୍ଧି କରିଥିବା ଅଭିଯୋଗ କରି ନୟାଗଡ଼ ବସ ଷ୍ଟାଣ୍ଡ ଠାରେ ଅଭିନବ ପ୍ରତିବାଦ କରିଛି ଯୁବ କଂଗ୍ରେସ ।

ବେରୋଜଗାର ଦିବସ ଭାବେ ପାଳିଲେ ଯୁବ କଂଗ୍ରେସ, ଜୋତା ପଲିସି କରି ଅଭିନବ ପ୍ରତିବାଦ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ କଂଗ୍ରେସ ବେରୋଜଗାରୀ ଦିବସ ଭାବେ ପାଳନ କରିଛି l ସର୍ବସାଧାରଣ ସ୍ଥାନ ବସ ଷ୍ଟାଣ୍ଡ ଠାରେ ଜୋତା ପଲିସ ସହ ଚା’ ବିକି ଅଭିନବ ପ୍ରତିବାଦ କରାଯାଇଛି l ଏଥିରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଏବଂ ମୀରା ବୁବେକାର ସିଦ୍ଦିକି, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଡ଼ଭୋକେଟ ଆଦିତ୍ୟ ପ୍ରସାଦ ପରିଡା, ଜିଲ୍ଲା ଖଣ୍ଡପଡା ବ୍ଲକ ସଭାପତି ଦେବବ୍ରତ ବେହେରା, ଜିଲ୍ଲା ନୂଆଗାଁ ବ୍ଲକ ସଭାପତି ଅଶୋକ ନାୟକ, ନୟାଗଡ ଜିଲ୍ଲା ସଭାପତି ଆଡ଼ଭୋକେଟ ରଣଜିତ ଦାଶ ଏବଂ ରାଜ୍ୟ କଂଗ୍ରେସ ସମ୍ପାଦକ ହୁସେନ ଖାନ ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.