ପ୍ରତିଷ୍ଠା ହେଲା ଅତ୍ୟାଧୁନିକ ସିଭିଲ କୋର୍ଟ କମ୍ପ୍ଲେକ୍ସ, ହାତ ପାହାନ୍ତାରେ ମିଳିବ ଆଇନସେବା

author img

By

Published : Sep 18, 2021, 10:42 PM IST

ନୟାଗଡରେ ପ୍ରତିଷ୍ଠା ହେଲା ଅତ୍ୟାଧୁନିକ ସିଭିଲ କୋର୍ଟ କମ୍ପ୍ଲେକ୍ସ, ହାତ ପାଆନ୍ତାରେ ଆଇନସେବା ପାଇବେ ଜିଲ୍ଲାବାସୀ

ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆଇନ ସେବା ପାଇଁ ଆଉ ହଇରାଣ ହରକତ ହେବାକୁ ପଡିବନି ଅଞ୍ଚଳବାସୀଙ୍କୁ । ହାତ ପାହାନ୍ତାରେ ପାଇବେ ଆଇନସେବା । ଅଧିକ ପଢନ୍ତୁ...

ନୟାଗଡ଼: ଜିଲ୍ଲାରେ ପ୍ରତିଷ୍ଠା ହେଲା ସିଭିଲ କୋର୍ଟ କମ୍ପ୍ଲେକ୍ସ । ଆଉ ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଭିନୀତ ଶରଣ । ଏହି ଅବସରରେ ସେ ଖୁସି ଥିବା ଗଣମାଧ୍ୟମରେ କହିଛନ୍ତି । ତେବେ ନୟାଗଡ଼ ଜିଲ୍ଲା ଓଡଗାଁରେ ନୂତନ ଭାବେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ସିଭିଲ କୋର୍ଟକୁ ଉଦଘାଟନ କରିଛନ୍ତି l ସେପଟେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ସମେତ 12 ଜଣ ବିଚାରପତି ଯୋଗ ଦେଇଛନ୍ତି l

ପ୍ରତିଷ୍ଠା ହେଲା ଅତ୍ୟାଧୁନିକ ସିଭିଲ କୋର୍ଟ କମ୍ପ୍ଲେକ୍ସ, ହାତ ପାହାନ୍ତାରେ ମିଳିବ ଆଇନସେବା

ପ୍ରଥମେ ଜଷ୍ଟିସ ଭିନୀତ ଶରଣ ଶରଣକୂଳର ପ୍ରସିଦ୍ଧ ଶୈବପୀଠ ଲଡ଼ୁ ବାବାଙ୍କୁ କଡା ସୁରକ୍ଷା ମଧ୍ୟରେ ଦର୍ଶନ କରିଛନ୍ତି l ଏବଂ ପରେ ଓଡଗାଁର ରଘୁନାଥ ଜିଉଁ ମନ୍ଦିର ଯାଇ ଦର୍ଶନ କରିବା ସହ କୋର୍ଟ କମ୍ପ୍ଲେକ୍ସରେ ପହଞ୍ଚି ଥିଲେ l ସେଠାରେ ତାଙ୍କୁ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି l ନୂତନ କୋର୍ଟ କମ୍ପ୍ଲେକ୍ସକୁ ଫିତା କାଟି ଉଦଘାଟନ କରିଛନ୍ତି ଜଷ୍ଟିସ ଶରଣ l ଓଡଗାଁରେ ପୂର୍ବରୁ ସିଭିଲ କୋର୍ଟ ନ ଥିବା ବେଳେ ସ୍ଥାନୀୟ ଲୋକମାନେ ସିଭିଲ କେଶ ପାଇଁ ନୟାଗଡ଼ ଜିଲ୍ଲା କୋର୍ଟ ଉପରେ ନିର୍ଭର କରୁଥିଲେ l ଆଉ ଏବେ ଜିଲ୍ଲାବାସୀ ହାତ ପାଆନ୍ତାରେ ଆଇନ ସେବା ପାଇ ପାରିବେ ବେଲି ଚର୍ଚ୍ଚା ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.