ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା-ଆଜାଦ

author img

By

Published : Oct 7, 2021, 7:45 PM IST

Updated : Oct 7, 2021, 8:02 PM IST

ନିର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚି ପଣ୍ଡା-ଆଜାଦ

ଦୁଇଟି ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ । ଅଧିକ ପଢ଼ନ୍ତୁ...

ନୟାଗଡ଼: ଦୁଇଟି ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ । 2008 ମସିହା ଫେବୃଆରୀ 15 ତାରିଖରେ ନୟାଗଡ଼ରେ ମାଓ ଆକ୍ରମଣ ହୋଇଥିଲା । ଏହି ଘଟଣାର ସବ୍ୟସାଚୀ ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ରହିଥିଲା ।

ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା-ଆଜାଦ

ତେବେ ପ୍ରମାଣ ଅଭାବରୁ ଉଭୟ ନିର୍ଦ୍ଦୋଷରେ ଖଲାସ ହେଲେ ୨ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଡି. କେଶବ ରାଓ ଓରଫ ଆଜାଦ l ଦଶପଲ୍ଲା ଥାନା ପୋଡ଼ି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହ ପୋଡ଼ି ମାମଲାରେ ସାକ୍ଷୀ ଓ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ।

ମୋଟ ୯ଟି ମାମଲାରେ ଅଭିଯୁକ୍ତ ଥିଲେ ସବ୍ୟସାଚୀ ପଣ୍ଡା । ସେଥିମଧ୍ୟରୁ ଦୁଇଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି । ଆହୁରି ୭ ମାମାଲାରେ ଛନ୍ଦି ହୋଇ ରହିଛନ୍ତି ମାଓ ଲିଡର ସବ୍ୟସାଚୀ ପଣ୍ଡା । ଆଜି ନୟାଗଡ଼ କୋର୍ଟରେ ହାଜର ହୋଇଥିଲେ ସବ୍ୟସାଚୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Oct 7, 2021, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.