ଆଇନ ଜାଲରେ ମାଓନେତା ଆଜାଦ ଓ ସବ୍ୟସାଚୀ ପଣ୍ଡା, ଅନ୍ୟ ଅଭିଯୋଗର ଆଜି ଶୁଣାଣି

author img

By

Published : Oct 8, 2021, 7:35 AM IST

ନୟାଗଡ ମାଓ ଆଟାକ: ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ଦୁଇ ମାଓନେତା, ଆଜି ଅନ୍ୟ ମାମଲାର ଶୁଣାଣି

ପ୍ରମାଣ ଅଭାବରୁ ଦୁଇଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ମାଓନେତା ଆଜାଦ ଓ ସବ୍ୟସାଚୀ ପଣ୍ଡା । ଅନ୍ୟ ଅଭିଯୋଗ ଉପରେ ଆଜି ପୁଣି ଶୁଣାଣି । ଅଧିକ ପଢନ୍ତୁ...

ନୟାଗଡ଼: 2008 ଫେବୃଆରୀ 15ର ବହୁଚର୍ଚ୍ଚିତ ନୟାଗଡ଼ ମାଓ ହମଲା ଘଟଣା । ଆଇନ ଜାଲରେ ବନ୍ଧା ହୋଇଥିଲେ 2 ମାଓନେତା । ଦଶପଲ୍ଲା ଥାନା ପୋଡି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇ ଆତଙ୍କ ସୃଷ୍ଟି କରିବା ଆଦି ୨ଟି ପୃଥକ ମାମଲାରେ ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓନେତା ଆଜାଦ ଓ ସବ୍ୟସାଚୀ ପଣ୍ଡା ।

ନୟାଗଡ ମାଓ ଆଟାକ: ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ଦୁଇ ମାଓନେତା, ଆଜି ଅନ୍ୟ ମାମଲାର ଶୁଣାଣି

ନୟାଗଡ଼ ଟାଉନ ଥାନା ଆକ୍ରମଣ, ନୂଆଗାଁ ଥାନା ପୋଡି ଓ ଦଶପଲ୍ଲା ଥାନା ପୋଡ଼ି ସହ ଅସ୍ତ୍ରଗାର ଲୁଟ ଭଳି ନଅଟି ପୃଥକ ମାମଲା ମଧ୍ୟରୁ ଆଜି ଦଶପଲ୍ଲା ଥାନା ପୋଡି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇ ଆତଙ୍କ ସୃଷ୍ଟି କରିବା ଆଦି ଦୁଇଟି ମାମଲାରେ ନୟାଗଡ଼ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଥିଲା । ମାତ୍ର ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଜଜ l

ତେବେ ଆଜି ମାଓବାଦୀଙ୍କ ଦ୍ବାରା ବଳପୂର୍ବକ ଭାବେ ଦଶପଲ୍ଲାରେ ନଡ଼ିଆ ବୋଝେଇ ଟ୍ରକ ଅପହରଣ ମାମଲାର ପରବର୍ତ୍ତୀ ଶୁଣାଣି ଶେଷ କରାଯିବ ବୋଲି ସୂଚନା ମିଳିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.