ଫେରିଲେ ମା’ ଖିଲାମୁଣ୍ଡା, ଢ଼ୋଲ-ଝାଞ୍ଜରେ ଦୁଲୁକିଲା ବଡ଼ଦାଣ୍ଡ

author img

By

Published : Oct 18, 2021, 1:07 PM IST

Updated : Oct 18, 2021, 1:32 PM IST

ଫେରିଲେ ମା’ ଖିଲାମୁଣ୍ଡା; ଢ଼ୋଲ, ଝାଞ୍ଜରେ ଦୁଲୁକିଲା ବଡ଼ ଦାଣ୍ଡ

16 ଦିନର ଯାତ୍ରା ସାରି ବିଦାୟ ନେଲେ ମା’ ଖିଲାମୁଣ୍ଡା । ଢ଼ୋଲ, ଝାଞ୍ଜ, ମାଦଳ ଆଦିରେ ଦୁଲୁକିଛି ରଣପୁର ବଡ଼ ଦାଣ୍ଡ l ଅଧିକ ପଢନ୍ତୁ...

ନୟାଗଡ଼: ଲୋକଙ୍କ ବିଶ୍ବାସ ଓ ଆସ୍ଥାର ପ୍ରତୀକ ମା’ ଖିଲାମୁଣ୍ଡା l 16 ଦିନର ଯାତ୍ରା ସାରି ମା’ ବିଦାୟ ନେଇଛନ୍ତି ରାତ୍ରିରେ l ଢ଼ୋଲ, ଝାଞ୍ଜ, ମାଦଳ ଆଦିରେ ରଣପୁର ବଡ଼ ଦାଣ୍ଡ ଦୁଲୁକିଛି l ରଣପୁର ଗଡ଼ଜାତ ରାଜ୍ୟର ଆରାଧ୍ୟ ଠାକୁରାଣୀ ଭାବେ ମା' ବେଶ ପରିଚିତ । ଯେତେବେଳେ ରାଜ୍ୟକୁ ବିପଦ ଆସିଛି କିମ୍ବା ରଣପୁର ରାଜ୍ୟ ଶତ୍ରୁଙ୍କ କବଳକୁ ଯାଇଛି ସେବେ ମା’ଙ୍କୁ ସୁମରଣା କରି ରାଜ୍ୟ ଫେରିପାଉଥିଲେ ରାଜା । ସେବେଠାରୁ ରାଜା ଏବଂ ପ୍ରଜାଙ୍କ ଆରାଧ୍ୟ ଦେବୀ ଭାବେ ମା’ ବେଶ ପରିଚିତ । ଦଶହରା ହେଉଛି ମା'ଙ୍କ ସବୁଠାରୁ ବଡ଼ ପର୍ବ ।

ଫେରିଲେ ମା’ ଖିଲାମୁଣ୍ଡା; ଢ଼ୋଲ, ଝାଞ୍ଜରେ ଦୁଲୁକିଲା ବଡ଼ ଦାଣ୍ଡ

ଓଡ଼ିଶାର ଏକ ପୁରାତନ ଗଡ଼ଜାତ ଭାବେ ବେଶ ପରିଚିତ ରଣପୁର । ଷୋହଳ ଦିନ ଧରି ମା’ଙ୍କ କାଠି ଯାତ୍ରା ଚାଲିଥିଲା l ଆଶ୍ବିନ ମାସ ଦ୍ବିତୀୟା ଓଷା ଠାରୁ ମା ' ରାଜବାଟିରେ ଥିଲେ l ରାତିରେ ମା’ ରଣପୁର ପଞ୍ଚୁଦୋଳ ପଡ଼ିଆକୁ ଆସି ଲୋକଙ୍କୁ ଦର୍ଶନ ଦେବା ସହ ମା’ ନିଜ ସ୍ବସ୍ଥାନକୁ ଫେରିଯାଇଛନ୍ତି l ଯିବା ବେଳେ ପାରା ରୂପରେ ମା’ ନିଜ ସ୍ଥାନକୁ ଚାଲିଯାଇଛନ୍ତି l ଆଉ ଏହି ସମୟରେ ମା 'ଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି l ପ୍ରତିବର୍ଷ ଦଶହରା ସମୟ ଆସିଲେ ରଣପୁର ରାଜବାଟୀକୁ ୧୬ ଦିନ ପାଇଁ ଆସିଥାନ୍ତି ମା' ଖିଲାମୁଣ୍ଡା l

କାହିଁ କେଉଁ କାଳରୁ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ସଂରକ୍ଷିତ ମାଳ ଜଙ୍ଗଲରେ ରହିଆସୁଛନ୍ତି ମା’ l ପ୍ରତିବର୍ଷ ଏହି ଦଶହରା ସମୟରେ ମା’ ଖିଲାମୁଣ୍ଡା କାଠି ଯୋଗେ ରାଜବାଟୀକୁ ଆସିଥାନ୍ତି ଏବଂ ଏଠାରେ ତାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Oct 18, 2021, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.