ପାପ ଲୁଚାଇବାକୁ ଜନ୍ମ ଦେଇ ଛୁଆକୁ ହତ୍ୟା କଲା ମାଆ ! ଅଭିଯୁକ୍ତ ମହିଳା ଗିରଫ

author img

By

Published : Sep 12, 2022, 10:37 PM IST

ପାପ ଲୁଚାଇବାକୁ ଜନ୍ମ ଦେଇ ଛୁଆକୁ ହତ୍ୟା କଲା ମାଆ, ଅଭିଯୁକ୍ତ ମହିଳା ଗିରଫ

ସ୍ବାମୀ ମୃତ୍ୟୁ ପରେ ପର ପୁରୁଷ ସହ ପ୍ରେମ ସମ୍ପର୍କରୁ ଗର୍ଭବତୀ ହୋଇଥିଲେ ମହିଳା । ପାପ ଲୁଚାଇବା ପାଇଁ ଛୁଆକୁ ଜନ୍ମଦେବା ପରେ ହତ୍ୟା କଲେ । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ନୟାଗଡ଼: ପାପ ଲୁଚାଇବାକୁ ଯାଇ ଛୁଆକୁ ନିର୍ମମ ଭାବରେ ହତ୍ୟା କଲା ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ । ସ୍ବାମୀଙ୍କ ମୃତ୍ୟୁ ପରେ ଅନ୍ୟ ଏକ ପୁରୁଷ ସହ ପ୍ରେମ ସମ୍ପର୍କରୁ କନ୍ୟା ସନ୍ତାନ ଜନ୍ମ କରିବା ପରେ ଛୁଆର ପାଟିକୁ ଚିରି ନିର୍ମମ ଭାବରେ ହତ୍ୟା କରିଛି ମାଆ । ପରେ ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହେତୁ ମେଡିକାଲକୁ ଆସିବାରୁ ମେଡିକାଲ କର୍ତ୍ତୃପକ୍ଷ ପୋଲିସକୁ ଜଣାଇଥିଲେ ।

ପାପ ଲୁଚାଇବାକୁ ଜନ୍ମ ଦେଇ ଛୁଆକୁ ହତ୍ୟା କଲା ମାଆ, ଅଭିଯୁକ୍ତ ମହିଳା ଗିରଫ

ସୂଚନା ଅନୁସାରେ ନୟାଗଡ ସଦର ଥାନା ଅନ୍ତର୍ଗତ ବେଗୁନିଆପାଟଣା ଗାଁର ସଞ୍ଜୁ ନାୟକଙ୍କ ସ୍ବାମୀଙ୍କର ୭ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଏକ ଝିଅ ଓ ଏକ ପୁଅକୁ ଧରି ଗାଁରେ ରହୁଥିଲେ ସଞ୍ଜୁ । ଏହି ସମୟରେ ଅନ୍ୟ ଏକ ପୁରୁଷ ସହ ସଞ୍ଜୁଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ଅନୈତିକ ସମ୍ପର୍କ ରଖି ସେ ଗର୍ଭବତୀ ହୋଇଥିଲେ । ଏହାପରେ ନିଜ ପାପ ଗର୍ଭକୁ ଲୁଚାଇବା ପାଇଁ ସେ ନିକଟସ୍ଥ ଦେଉଳି ଗାଁରେ ଆସି ରହିଥିଲେ । ତେବେ ୫ ଦିନ ତଳେ ସେ ଏକ କନ୍ୟା ସନ୍ତାନ ଜନ୍ମ କରିବା ବେଳେ ନବଜାତ ଶିଶୁର ପାଟିକୁ ଛିଡାଇ ହତ୍ୟା କରିଥିବା ସୂଚନା ମିଳିଛି ।

ଏହାପରେ ମହିଳାଙ୍କ ଠାରୁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ସେ ନିଜେ ସଙ୍ଗେ ସଙ୍ଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଯାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ଏନେଇ ମେଡ଼ିକାଲ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ମୃତ ଶିଶୁର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାକୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ ହୋଇଥିଲା । ତେବେ ମହିଳା ସୁସ୍ଥ ହେବାପରେ ତାଙ୍କ ବୟାନ ଆଧାରରେ ପୋଲିସ ମହିଳା ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏନେଇ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହୀ କହିଛନ୍ତି, "ମୃତ ଶିଶୁର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା । ତେବେ ସେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ତାଙ୍କର ବର୍ତ୍ତମାନ ପରିସ୍ଥିତି ଖରାପ ଥିବାରୁ ତାଙ୍କଠାରୁ କିଛି ସୂଚନା ମିଳିପାରିନାହିଁ ।" ତେବେ ଗାଁରେ ଲୋକଲଜ୍ଜ୍ୟା ଭୟରେ ସେ ଏପରି କରିଛନ୍ତି ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.